ମହିଳା ଚାଷୀଙ୍କ ପ୍ରଗତି ପାଇଁ ସମନ୍ଵୟ ବୈଠକ

Spread the love

ମୟୂରଭଞ୍ଜ/ଠାକୁରମୁଣ୍ଡା ୧୦/୦୯ (ସନ୍ଧାନ ନିୟୁଜ) ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର  ମହୁଲଡିହା ପଞ୍ଚାୟତର ଜାମୁନାଳିଆ ଗ୍ରାମରେ ଚାଷୀ,ସରକାରୀ ବିଭାଗୀୟ ଅଧିକାରୀ, ବେପାରୀ ଓ ବିହନ କମ୍ପାନୀର ଏକ ଆଲୋଚନା ଚକ୍ର ହୋଇଯାଇଛି।ଏକଶହରୁ ଉର୍ଦ୍ଧ୍ବ ମହିଳା ଚାଷୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। CYSD କର୍ମୀ ଗୋବିନ୍ଦ ବେହେରା ସଭାକୁ ସଭାପତିତ୍ଵ କରିଥିଲେ।ପ୍ରଦାନ କର୍ମୀ ସୁଚିତ ସାମନ୍ତରାୟ ସଭାର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋକପାତ କରିଥିଲେ। ଚାଷୀଙ୍କ ନିମନ୍ତେ ଥିବା ସରକାରୀ ସହାୟତା, ବିହନ ଓ ଫସଲ ଉତ୍ପାଦନରେ ସଠିକ୍ ପରିଚାଳନା, ରୋଗ ପୋକ ଦମନ,ଚାଷ ପୂର୍ବରୁ ମାଟି ପରୀକ୍ଷା କରାଇ ବିହନ ବୁଣା , ବିହନ କମ୍ପାନୀ ଓ ବେପାରୀଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ରଖିବା ଦିଗରେ ସୁଦୀର୍ଘ  ଆଲୋଚନା ହୋଇଥିଲା।ଏପରିକି ବିଭିନ୍ନ ଫୁଲ ଫଳ ଓ ପାମୋଲିନ ଚାଷ ନିମନ୍ତେ ଥିବା ସରକାରୀ ସବ୍ସିଡି କଥା ମଧ୍ୟ ଚାଷୀମାନଙ୍କୁ ବୁଝା ଯାଇଥିଲା।ସଠିକ୍ ପ୍ରଶିକ୍ଷଣ ନେଇ ସଠିକ୍ ରୂପେ ଚାଷ କଲେ ଲାଭ ମିଳିପାରିବ ବୋଲି ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମ WHH ଓ ପ୍ରଦାନ ପକ୍ଷରୁ ହୋଇଥିବା ବେଳେ,କୃଷି ବିଭାଗ ଅଧିକାରୀ ଶ୍ରୀ ବିଶ୍ବଭୂଷଣ ନାୟକ,ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ସୁଜନ ନରେନ୍ଦ୍ର,ମୃଗାଶୁଣି କମ୍ପାନୀର ସମସ୍ତ ସଦସ୍ୟ,ବାପନା ବିହନ କମ୍ପାନୀର କର୍ମୀ ପ୍ରମୋଦ ବାଗଲ ଓ ରୋହିତ ତିୱାରୀ,ପ୍ରଡ୍ୟୁସର ଗ୍ରୁପର ମହିଳା ଚାଷୀ ଓ AE କର୍ମୀ ଉପସ୍ଥିତି ଥିଲେ । ପୂର୍ବ ଅପେକ୍ଷା ଚଳିତ ଥର ଚାଷରେ ଉନ୍ନତ ଆସିବ ବୋଲି ମହିଳା ଚାଷୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ।APC ବ୍ଲକ ପ୍ରକଳ୍ପ ପରିଚାଳିକା  ଟ୍ୱୀଙ୍କଲ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।

Related Posts

About The Author

Add Comment