ଯାଜପୁର, ୫/୯ /(ସନ୍ଧାନ ନିୟୁଜ) (ସାଗରୀକା ଦଳାଇ )ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଗୃହ ପାଳିତ ପଶୁ ତଥା ଗୋସମ୍ପଦ ମାନେ ବିପଦରେ ମଧ୍ୟ ରହିଛନ୍ତି। ଚରାବୁଲା କରି ଖାଦ୍ୟ ସଂଗ୍ରହ କରିବାକୁ ଯାଉଥିବା ସମୟରେ ପାଣିରେ ପଡ଼ି ବିପଦ ରେ ରହୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଅଞ୍ଜିରା ପଞ୍ଚାୟତରେ । ଉକ୍ତ ପଞ୍ଚାୟତ ର ଭେଜିଗୋଠ ଗାଁ ରେ ପାଣିରୁ ଏକ ଗାଈକୁ ପାଣି ଭିତରୁ ଉଦ୍ଧାର କରାଯାଇଛି। ଖବର ଅନୁସାରେ ଲଗାଣ ବର୍ଷାରେ ଚାରିଆଡେ ପାଣି ଜମି ରହିଛି। କୂଅ, ପୋଖରୀ, ଗଡ଼ିଆ, ଗାଁ ରାସ୍ତା ରେ ପାଣି ଲହଡ଼ି ଖେଳୁଛି। ଗୁରୁବାର ଭେଜିଗୋଠ ଗାଁ ର ଜଣେ ଗୋପାଳକ ରଖିଥିବା ଏକ ଗାଈ ଚରିବାକୁ ଯାଇଥିବା ସମୟରେ ଲଗାଣ ବର୍ଷାରେ ଗଡ଼ିଆ ଭିତରେ ଜମି ଥିବା ପାଣି ଭିତରେ କୌଣସି କାରଣରୁ ପଡି ଯାଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚିବା ପୂର୍ବରୁ ଲୋକମାନେ ଉଦ୍ୟମ କରି ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଗୋରୁ, ଗାଈ, ଛେଳି,ମେଣ୍ଢା ଆଦି ପଶୁ ସମ୍ପଦ ପାଳନ କରୁଥିବା ବ୍ୟକ୍ତି ମାନେ ପାଣି ଜମି ରହିଥିବା ଜଳାଶୟ ନିକଟକୁ ଚରିବାକୁ ନ ଛାଡ଼ିବାକୁ ବୁଦ୍ଧିଜୀବୀ ମାନେ ବାରଣ କରିଛନ୍ତି।
ଲଗାଣ ବର୍ଷା ପାଣିରୁ ଗାଈ ଉଦ୍ଧାର।
|
September 5, 2025 |



