ସୁନ୍ଦରଗଡ ତା:୪/୮/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ତଳସରା ଥାନା ଅନ୍ତର୍ଗତ ବାଲିସଙ୍କରା ବ୍ଲକ ଅନ୍ତର୍ଗତ ବାଲିସଙ୍କରା ଗ୍ରାମର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ପରିବା ଦୋକାନ ଘରୁ ଏକ ବିରାଟ କାୟ ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ବାଲିସଙ୍କରା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ପରିବା ଦୋକାନ ଘରେ ସକାଳ ସମୟରେ । କିଛି ଅଜବ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା। ତାର ଅନ୍ୱେଷଣ ସମୟରେ ଅଜଗର ସାପ ଏକ କୁକୁଡ଼ାକୁ ଖାଇବା ଉଦ୍ଦେଶ୍ୟରେ ମାରିଦେଇ ଥିବା ଦେଖିବାକୁ ମିଳିଥିଲା । ଅତିଶୀଘ୍ର ଅଞ୍ଚଳର ସାପ ଧରାଳି ଧିରେନ ନାଏକ ଙ୍କୁ ଅବଗତ କଲାପରେ ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଥିବା ବେଳେ ଅଜଗର ସାପ ପ୍ରାୟ ସାତ ଫୁଟ ଲମ୍ୱା ଥିବା ଅନୁମାନ କରାଯାଉଥିବା ଜଣାପଡିଛି ।



