ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା

Spread the love

ରାୟଗଡା୨୮/୧୦ (ସନ୍ଧାନ ନିୟୁଜ): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ ସଦର ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ତରଫରୁ ସେଠାର ସମସ୍ତ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ବସିବା ପାଇଁ ଖଣ୍ଡିଏ ଚୌକି ନଥିଲା କେବଳ ଲାଗିଥିଲା ଫଳକ। ସାମ୍ବାଦିକ ସୁଶାନ୍ତ କୁମାର ପଣ୍ଡା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ କେହି ବୁଝିବା ଓ ଚୌକି ବ୍ୟବସ୍ଥା କରିବା ନେଇ କାହାର ଆଗ୍ରହ ନଥିଲା।

ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ଯକ୍ଷ ରମାକାନ୍ତ ମାଝୀଙ୍କ ସଭାପତି ତ୍ବରେ ଏବଂ ବିଜୁବାହିନୀ ତରଫରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମେ ବିଜୁବାହିନୀ ସଦସ୍ୟ ମାନେ ବ୍ଳକ କାର୍ଯ୍ଯାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ। ଏହି ଅବସରରେ ମୂଖ୍ଯ ଅତିଥି ଭାବରେ ବିଧାୟକ ତ୍ରୀନାଥ ଗମାଙ୍ଗ ଯୋଗଦେଇଥିବା ବେଳେ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। କିନ୍ତୁ ବ୍ଳକର ଲୋକସଭା ପ୍ରତିନିଧି ଗଦାବରୀ ରାଉତ ଓ ତାଙ୍କ ସମର୍ଥକ ମାନେ କେହି ସଭାରେ ଦେଖିବାକୁ ମିଳିନଥିଲା। ଏ ବାବଦରେ ଶ୍ରୀ ରାଉତ କହିଛନ୍ତି ପରିଚାଳନା ତୃଟି ଯୋଗୁଁ ମୁଁ ଏବଂ ଆମ ସମର୍ଥକ ଯୋଗ ଦେଇନାହାନ୍ତି।

ଏ ସମସ୍ତ କାର୍ଯ୍ୟକ୍ରମ ବ୍ଳକ ସଂପ୍ରସାରଣ ଅଧିକାରୀ ଅସୀମା ରାଓ ସୁପରିଚାଳନା ପାଇଁ ଦାୟିତ୍ୱ ନେଇଥିଲେ। ଏହି ବିଷୟରେ ଶ୍ରୀମତୀ ରାଓ ପଚାରିବାରୁ ସେ କହିଛନ୍ତି ଆମର କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା ଅନ୍ୟ ବ୍ୟକ୍ତି ସେହି ସାମ୍ବାଦିକଙ୍କ ଚୌକିରେ ବସିଥିଲେ କିନ୍ତୁ ସାମ୍ବାଦିକ ଭାଇମାନଙ୍କୁ ନେଇ ଯଦିଓ କିଛି ଭୂଲ ଭଟକା ଅଛି ତେବେ ମୁଁ ଦୁଃଖିତ।

ଏଭଳି ହିରୋ କାର୍ଯ୍ୟକ୍ରମରେ ବଡ଼ବଡ଼ ବାବୁମାନେ ଜିଲ୍ଲା ସଦର ମହକୁମା ପାଖରେ ଥିବା ବ୍ଲକଗୁଡିକୁ ମାଡି ଯାଆନ୍ତି ଓ ଆମ ପାଇଁ କେବେ କେବେ ଟିକେ ଜାଗା ଛାଡି ଦିଅନ୍ତି। ପଦ୍ମପୁର ବହୁତ ଦୂର। ତାହା କିପରି ରାୟଗଡା ସଦର ମହକୁମା ପାଖକୁ ଆସିବ ସେଥିପାଇଁ ଯଥୋଚିତ ଆବେଦନ କରିବାକୁ ହେବ।

ମୁଁ ଆଜି ସେଠାକୁ ଯାଇ ସାମ୍ବାଦିକଙ୍କ ଅବସ୍ଥା ଯାହା ଦେଖିଲି ଦୁଃଖ ତ ନିଶ୍ଚୟ ଲାଗିଲା। କିଛି ତ ଦଉନ। ଚୌକି ଖଣ୍ଡେ ବସିବାକୁ ଦେବାକୁ ବି କୁନ୍ଥୁ କୁନ୍ଥୁ। ଛାଡହେ ଆମର ସୁରକ୍ଷା ବ୍ୟବସ୍ଥା। ବୋଲି ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ବାଦଲ କୁମାର ତା କହିଛନ୍ତି।

News by N Sabar Rayagada

Related Posts

About The Author

Add Comment