ଜେନାପୁର/ସନ୍ଧାନ ନିୟୁଜ୍, /୦୪/୦୭ଧର୍ମଶାଳା ଜଳ ବିଭାଜିକା ପ୍ରକଳ୍ପ ବ୍ୟାପକ ଦୁର୍ନୀତି ପାଇଁ ଚର୍ଚ୍ଚା ରେ ରହିଆସିଛି। ଗତ ବର୍ଷ ମୌସୁମୀ ଗଲା ପରେ କିଛି ମଲା ଚାରା ଯୋଗାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ହାତେଇ ନେଇଥିବା ଅଧିକାରୀ ମାନେ ଏବେ ପୁଣି ଚାରା ଯୋଗାଣ ନାଁ ରେ ଆଉ କିଛି ଅର୍ଥ ହଡ଼ପ କରିବାକୁ ମସୁଧା ଚଳାଇଛନ୍ତି। ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଗାଁ ଗହଳି ରେ ଲୋକଙ୍କୁ ଗଛ ଯୋଗାଇବା ପାଇଁ ଆଧାର କାର୍ଡ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏବେ ପୁଣି ବିଭିନ୍ନ ଯୋଜନାରେ ଦୁର୍ନୀତି କରି ଅର୍ଥ ତୋଷାରପାତ କରିବା ଉଦ୍ଦେଶ୍ୟରେ ରହିଛନ୍ତି ବିଭାଗୀୟ ଅଧିକାରୀ ମାନେ। ।ଗତ ବର୍ଷ କାଗଜପତ୍ର ରେ ପୋଖରୀ ଖୋଳି ଧର୍ମଶାଳା ର ୯ ଗୋଟି ଅଣୁ ଜଳ ବିଭାଜିକା ପ୍ରକଳ୍ପ ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଉକ୍ତ କାର୍ଯ୍ୟାଳୟ ର ଅସାଧୁ କର୍ମଚାରୀ ମାନେ ଚଳିତ ବର୍ଷ ମଧ୍ୟ କାଗଜପତ୍ର ରେ ମଧ୍ୟ କିଛି ପୋଖରୀ ଖୋଳି ଦେଇଥିବା ଆଶଙ୍କା ପ୍ରକାଶ ପାଇଛି।ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ପୁଞ୍ଜି ଲଗାଣ, ଚାଷୀ ମାନଙ୍କୁ ବାଡ଼ ଯୋଗାଣ , ଗରିବ ଅସହାୟ ଙ୍କୁ ଛେଳି ପାଳନ ସହାୟତା ଆଦି ଯୋଜନା ରେ କାଗଜପତ୍ର ରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଜଣାପଡିଛି। ଛେଳି ପାଳନ ପାଇଁ ଗୋଟିଏ ଗୋଟିଏ ପରିବାରରେ ଦୁଇ ରୁ ତିନିଜଣ କୁ ଛେଳି ପାଳନ ସହାୟତା ଦିଆଯାଇଛି।କେବଳ ବଛା ଯାଇ ବିଜୁ ଜନତାଦଳ ର ସହଯୋଗୀ ମାନଙ୍କୁ ଦିଆଯାଇଛି।ଧର୍ମଶାଳା କାର୍ଯ୍ୟାଳୟ ପାଇଁ ଠିକା କର୍ମଚାରୀ ନିଯୁକ୍ତି ରେ ମଧ୍ୟ ବ୍ୟାପକ ଚଞ୍ଚକତା କରାଯାଇଛି। ଦୁର୍ନୀତି ସମ୍ପର୍କରେବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା ଏବଂ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳ ,କୃଷି ସଚିବ ଏପରିକି ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସାଧାରଣ ନିର୍ବାଚନ ପାଇଁ ତଦନ୍ତ ରେ ସିଥିଳତା ଦେଖା ଦେଇଥିଲା।ତେବେ ବର୍ତ୍ତମାନ ର ନବ ନିର୍ବାଚିତ ଧର୍ମଶାଳା ବିଧାୟକ ଧର୍ମଶାଳା ଜଳ ବିଭାଜିକା ପ୍ରକଳ୍ପ ରେ ଏ ସବୁ ଦୁର୍ନୀତି କୁ ଗମ୍ଭୀରତା ର ସହ ଗ୍ରହଣ କରି ଖୁବ ଶୀଘ୍ର ଦୁର୍ନୀତିଗ୍ରସ୍ଥ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଧର୍ମଶାଳା ଜଳ ବିଭାଜିକା କାର୍ଯ୍ୟାଳୟ କୁ ମଧ୍ୟ ଚଞ୍ଚକତା କରି ବଡ଼ଚଣା ଅଞ୍ଚଳ କୁ ଉଠାଇ ନିଆ ଯାଇଛି।ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି।
ଧର୍ମଶାଳା ଜଳ ବିଭାଜିକା ଦୁର୍ନୀତି ର ତଦନ୍ତ ହେଉ ।
|
July 4, 2024 |
![](https://sandhannews.com/wp-content/uploads/2024/07/IMG-20240704-WA0124.jpg)