ରୁଙ୍ଗଟା କମ୍ପାନୀର ଫି.ଗ୍ରେଡ.ଖଣିରେ ଜନ ଶୁଣାଣି
କୋଇଡା, ୨୫/୧୦(ସନ୍ଧାନ ନିୟୁଜ): କୋଇଡା ଖଣି ଅଞ୍ଚଳର ଏସ. ଆର ରୁଙ୍ଗଟା କମ୍ପାନୀର ଫି. ଗ୍ରେଡ. ଖଣିରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ନଦୀକାଶିରା ଓ ରେଙ୍ଗାଲବେଡା ଗ୍ରାମରେ ୧୭୧.୪୦୫ ହେକ୍ଟର ପରିମିତି ଅଞ୍ଚଳରେ ଅବସ୍ଥିତ ଫି.ଗ୍ରେଡ.ଏଣ୍ଡ କୋ (ପ୍ରା)ଲି. ।ଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୨.୮୮ନିୟୁତ ଟୋନରୁ ୬.୦୦ ନିୟୁତ ଟୋନକୁ ବୃଦ୍ଧି କରିବା ପାଇଁ ଆଜି ଜନ ଶୁଣାଣି ନଦୀ କାଶିରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ତୁର୍କ ,ପ୍ରଦୂଷଣ ବୋର୍ଡର ପରିବେଶ ବୈଜ୍ଞାନିକ ହେମେନ୍ଦ୍ର ନାୟକ ଏବଂ ଦୀପକ କୁମାର ସାହୁ ଙ୍କ ଉପସ୍ଥିତିରେ କାଶିରା କୋଇଡା ଅଞ୍ଚଳର ଜନସାଧାରଣ,ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସହିତ ଆଖ ପାଖ ଅଞ୍ଚଳର ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ।ସର୍ବ ପ୍ରଥମେ ପରିବେଶ ବିତ୍ ଏହି ଜନ ଶୁଣାଣି ରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇବା ପରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଜନସାଧାରଣ ଓ ସେମାନଙ୍କ ମୋତା ମୋତ ରଖିବାକୁ କହିଥିଲେ।ଖଣିର ପରିଚାଳକ ଇନ୍ଦ୍ରଜିତ ସାହୁ ସମସ୍ତ ଜନ ସାଧାରଣଙ୍କୁ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ପରିବେଶ ଉପରେ କି ପ୍ରଭାବ ପଡିବ ଏବଂ ଏହାର ପ୍ରତିକାର ପାଇଁ ଖଣି ତରଫୋରୁ କୋଣ ପଦକ୍ଷେପ ନେଇଛନ୍ତି ତାହା ଜନ ସାଧାରଣଙ୍କୁ ବୁଝାଇଥିଲେ ।
![](https://sandhannews.com/wp-content/uploads/2018/10/20181025_110720-300x146.jpg)
ଏହି ଜନ ଶୁଣାଣୀରେ କାଶିରା ଗ୍ରାମ ପଂଚାୟତ ର ସରପଞ୍ଚ ରାଣୀ ଲୋହାର, ପୁର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ଭୀମସେନ ଚୌଧୁରୀ, ଜିଲ୍ଲା ପରିଷଦ(ଖ) ମିତା ରାଣୀ ନାଏକ, ରାଜକିଶୋର ପାତ୍ର, ବୁବୁ ଜେନା, ଲକ୍ଷ୍ମୀ ନାରାୟଣ ଜୟସ୍ୱାଲ ଆଦି ୩୮ ଜଣ ଜନ ଶୁଣାଣି ସପକ୍ଷରେ ମୋତା ମତ ଦେଇଥିଲେ।ପରି ଶେଷରେ କମ୍ପାନୀର ସହ ଉପ ସଭାପତି ଅନନ୍ତ ଶଙ୍କର ମହାପାତ୍ର ଶୋଭା ରେ ଜନସାଧାରଣଙ୍କ ଦ୍ଵାରା ଆସିଥିବା ସମସ୍ତ ଉନ୍ନତି ମୁଳକ ଦାବି ପ୍ରତି ଯତ୍ନ ବାନ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Report L Barik, Koida
Related Posts
About The Author