କ୍ରିକେଟରୁ ସନ୍ୟାସ ନେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଗମ୍ଭୀର

Spread the love

ହାଇଦ୍ରାବାଦ୧୮/୧୦(ସନ୍ଧାନ ନିୟୁଜ) : କ୍ରିକେଟ ତାରକା ଗୌତମ ଗମ୍ଭୀର ଇତି ମଧ୍ୟରେ ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ କ୍ରିକେଟରୁ ସନ୍ୟାସ ନେବାକୁ ନେଇ ଗମ୍ଭୀର ନିକଟରେ ଏକ ବଡ଼ ଖୁଲାସା କରି କହିଛନ୍ତି, ଯେ କ୍ରିକେଟକୁ ସେ ସେତେବେଳେ ଛାଡ଼ିବେ ଯେତେବେଳେ ଏହା ପ୍ରତି ତାଙ୍କର ଭାବନାତ୍ମକ ଆନ୍ତରିକତା ଆଉ ରହିବ ନାହିଁ । ବର୍ତ୍ତମାନ ତାଙ୍କ ଭାବନା ଏହି ଖେଳ ସହ ଯୋଡ଼ି ହୋଇ ରହିଛି । ସେ କ୍ରିକେଟକୁ ଉପଭୋଗ କରୁଛନ୍ତି ।

ଗଣମାଧ୍ୟମ ସହ କଥା ହୋଇ ଗୌତମ କହିଛନ୍ତି ମତେ ରନ କରିବା, ଜିତିବା, ଆଉ ମନ ଖୁସିରେ ଡ୍ରେସିଙ୍ଗରୁମକୁ ଫେରିବାରେ ଅନେକ ଆନନ୍ଦ ମିଳିଥାଏ। ଏବେ ମୋ ଭିତରେ ପ୍ୟାଶନ ରହିଛି, ଯେଉଁଠି ମୁଁ ମ୍ୟାଚ ଜିତି ଏକ ଖୁସି ଭରା ଡ୍ରେସିଙ୍ଗ ରୁମକୁ ଆସିବାକୁ ଚାହୁଁଛି । ମୁଁ ସେହି ଖୁସିର ଭାଗିଦାର ହେବାକୁ ଚାହୁଁଛି । ଆଉ ମୁଁ ତାହା ହିଁ କରୁଛି । ଯେଉଁଦିନ ମତେ ଲାଗିବ ଯେ ଏହି ସବୁ ଜିନିଷ ସହ ମୋର ଆଉ ଆନ୍ତରିକତା ନାହିଁ, ସେଦିନ ମୁଁ ଏହି ସବୁଥିରୁ ବିରତ ନେଇଯିବ।

Related Posts

About The Author

Add Comment