ତଲସରା ଥାନା ଅଞ୍ଚଳରେ ଦୁର୍ଘଟଣା ଆଉ ଥମିବାର ନାଁ ଧରୁନି

Spread the love

ସୁନ୍ଦରଗଡ ତା:୧/୫/୨୦୨୩( ସନ୍ଧାନ ନିଉଜ/ରାଜୁ ପଟେଲ) ତଲସରା ଥାନା ଅନ୍ତର୍ଗତ ରାଉଳଡେଗାର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ପିକଅପ ସହ ବାଇକ ଧକ୍କା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଛତିଶ ରାଜ୍ୟର ବୋଲି ଚର୍ଚ୍ଚା ହେଉଛି । ପିକଅପଭ୍ୟାନ ଦୁର୍ଘଟଣା ଘଟାଇ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ବାଇକ ଚାଳକ ପିକଅପ ଗାଡ଼ିରେ ପିଟିହୋଇ ରାସ୍ତାରେ ଘସିହୋଇ ପଡ଼ିଥିବା ସ୍ଥାନୀୟ ଲୋକଙ୍କପାଖରୁ ଜଣାପଡିଛି । ମୃତକଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ସବଡେଗା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ବେଳେ ତଲସରା ପୋଲିସ ଶବକୁ ଚିନ୍ହଟ ପାଇଁ ଜବତ ରଖିବା ସହିତ ଘଟଣାର ତଦନ୍ତ କରୁଛି ।

Related Posts

About The Author

Add Comment