ଜେନାପୁର/୧୨/୦୪/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜୀରା ଗ୍ରାମ ପଞ୍ଚାୟତ ର ବୁରୁସାହି ରେ ସୋମବାର ବ୍ଲକ ପ୍ରଶାସନ ପହଞ୍ଚି ଲୋକ ମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ତାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।ସୂଚନା ମୁତାବକ କିଛି ଦିନ ହେବ ଲଗାତାର ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବା କୁ ମିଳିଛି। ସୋମବାର ପୂର୍ବାହ୍ନରେ ଧର୍ମଶାଳା ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ, ବ୍ଲକ ଷ୍ଟାଫ ଙ୍କ ସମେତ ମିଶନ ଶକ୍ତି ସଦସ୍ୟ ମାନେ ଅଂଜିରା ପଞ୍ଚାୟତ ର ବୁରୁସାହି ରେ ପହଞ୍ଚି ଲୋକ ମାନଙ୍କ ଆବାସ ଗୃହ, ପାନୀୟ ଜଳ, ରାସନ କାର୍ଡ,ଇଲେକ୍ଟ୍ରି ବ୍ୟବସ୍ଥା, ଆଧାର କାର୍ଡ ,ଭତ୍ତା, ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ଏଠାରେ ପ୍ରାୟ ୩ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ରହି ବିଭିନ୍ନ ସମସ୍ୟା କୁ ଅନୁଧ୍ୟାନ କରି ଆଧାର କାର୍ଡ ନ ଥିବାରୁ କିଛି ଲୋକ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି ।ଏଠାରେ ରହୁଥିବା ମୋଟ ୨୫ ଟି ପରିବାର ମଧ୍ୟରୁ ୧୦ ଜଣଙ୍କୁ ସରକାରୀ ଯୋଜନା ରେ ଗୃହ ମିଳିଥିବା ବେଳେ ଅଲୋକୀକରଣ ପାଇଁ ୭ ଗୋଟି ଇଲେକ୍ଟ୍ରି ଖୁଣ୍ଟରେ ଲାଗିଥିବା ଲାଇଟ ରୁ ୬ ଟି ଠିକ ଥିବା ବେଳେ ଗୋଟିଏ ଲାଇଟ ଖରାପ ଥିବା ଦେଖିବାକୁ ମିଳିଥିଲା।ଏହାକୁ ତୁରନ୍ତ ମରାମତି କରିବା ସହିତ ଗୋଟାଏ ପୋଖରୀ ପାଇଁ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବୁରୁସାହି ଯେଉଁଠି ପ୍ରାୟ ପଚିଶ ରୁ ଅଧିକ ପରିବାର ରହୁଥିବା ଏହି ଆଦିବାସୀ ଗାଁ ପ୍ରାୟ ୪ ବର୍ଷ ପୂର୍ବେ ପ୍ରଶାସନ ର ନଜର କୁ ଆସିଥିଲା। ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏହାର ଉନ୍ନତି ପାଇଁ ପ୍ରୟାସ ଆରମ୍ଭ କରିଥିଲେ।ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ତତ୍କାଳୀନ ଜିଲ୍ଲାପାଳ ରଂଜନ କୁମାର ଦାଶ ବୁରୁସାହି ପରିଦର୍ଶନ କରି ସମସ୍ୟା କୁ ଅନୁଭବ କରିବା ସହ ଏକ ଆଦର୍ଶ ଗ୍ରାମ କରିବାକୁ ସବୁ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ।ଶିକ୍ଷା ପାଇଁ ଅଙ୍ଗନ ବାଡ଼ି ଗୃହ, ପାନୀୟଜଳ, ସଡ଼କ, ବାତ୍ୟା ଆଶ୍ରୟସ୍ଥଳୀ ଆଦି ଅନେକ କିଛି ବ୍ୟବସ୍ଥା ପାଇଁ କୁହା ଯାଇଥିଲା। କିନ୍ତୁ ଅଦ୍ୟାବଧି ସେମିତି କିଛି ଆଖିଦୃଷ୍ଟିଆ ପରିବର୍ତ୍ତନ ହୋଇନାହିଁ। ବ୍ଲକ ପ୍ରଶାସନର ଆଜିର ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ, ଜି ଆର ଏସ, ପି ଇ ଓ,ୱାର୍ଡ ସଭ୍ୟ,ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ବାରମ୍ବାର ଖବର ପ୍ରଚାର ପ୍ରସାରଣ ପରେ ବଦଳିବାକୁ ଯାଉଛି ବୁରୁ ସାହିର ଚିତ୍ର, ସ୍ଥିତି ପରଖିଲା ଧର୍ମଶାଳା ବ୍ଳକ ପ୍ରଶାସନ
|
April 12, 2023 |
