ରାଜ୍ୟସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ।

Spread the love

ଯାଜପୁର:୨୧/୦୨/ସନ୍ଧାନ ନିଉଜ୍)ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୩ ନଂ ଜୋନ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଗତ ୨୦/୦୨/୨୦୨୩ ରିଖ ସୋମବାର ଦିନ ରାଜ୍ୟସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନଷ୍ଠିତ ହୋଇଥିଲା ଏହି ଖେଳରେ ରାଜ୍ୟର ବଛା ବଛା ୪ ଟି ଦଳ ଅଂଶଗ୍ରହଣ କରିଥିଲେ ଯଥା -ଭୁବନେଶ୍ୱର Sports Hostel , କିଶୋର କ୍ଲବ ,ଯାଜପୁର ଏବଂ ପାରାଦୀପ ପୋର୍ଟ । ପ୍ରଥମେ ପାରାଦୀପ ପୋର୍ଟ ସହିତ ଯାଜପୁର ଖେଳିଥିବା ବେଳେ ପାରାଦୀପ ମ୍ୟାଚ୍ କୁ ଜିତିଯାଇଥିଲା ଦ୍ଵିତୀୟରେ ଭୁବେନେଶ୍ୱର ସହିତ କିଶୋର କ୍ଲବ ଖେଳିଥିବା ବେଳେ ଭୁବନେଶ୍ୱର ବିଜୟ ହାସଲ କରିଥିଲା ଏମିତି ସବୁ ଦଳ ସମସ୍ତଙ୍କ ସହିତ ଖେଳିବା
ପରେ ଶେଷରେ ଭୁବନେଶ୍ୱର ଏବଂ ପାରାଦୀପ ମଧ୍ୟରେ ଫାଇନାଲ୍ ଖେଳ ହୋଇଥିଲା ୩ ସେଟ ବିଶିଷ୍ଟ ଏହି ଫାଇନାଲ୍ ମ୍ୟାଚ୍ ରେ ଭୁବନେଶ୍ୱର ବାଜିମାରି କରିଥିଲା ଏହି ରାଜ୍ୟସ୍ତରୀୟ ଖେଳରେ ଓଡ଼ିଶାର ନାମୀ ଦାମୀ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା ଯେମିତି କି ଏବେ ଓଡ଼ିଶା ପାଇଁ ଖେଳିଥିବା ଅଜୁ, ରାଜା, ପୁପୁ, ଅଶୁ ,ନନ୍ଦ, ପିଣ୍ଟୁ , ଶାହା, ମାନସ, ସତ୍ୟ ଏମାନଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ଦେଖିବାକୁ ଭିଡ଼ ଜମାଇଥିଲେ । ଏହି ତୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୧୩ନ ଜୋନ ର ଜିଲ୍ଲା ପରିଷଦ ସଦଷ୍ୟ ଙ୍କ ସ୍ୱାମୀ ଶ୍ରୀଯୁକ୍ତ କପିଳେନ୍ଦ୍ର ଲେଙ୍କା ଏବଂ ତାଙ୍କ ସାଥିରେ ଥିଲେ ଭଲି ବଲ କୁ ଭଲ ପାଉଥିବା ତାଙ୍କର ସାନ ଭାଇ ଦିବାକର ଲେଙ୍କା ଯାହାଙ୍କୁ ସମସ୍ତେ ପସା ଭାଇ ବୋଲି ଜାଣନ୍ତି । ସର୍ବଶେଷରେ ଉଭୟ ଦଳର ଖୋଳୀମାନଙ୍କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

Related Posts

About The Author

Add Comment