ଚଣ୍ଡିଖୋଲକୁ ସବଡ଼ିଭିଜନ ମାନ୍ୟତା ଓ ଜିଲ୍ଲା କୋର୍ଟ ପ୍ରତିଷ୍ଠା ଦାବି ଜୋର ଧରିଲା, ବିଜେପିର ସାମ୍ବାଦିକ ସମ୍ମଳନୀ

Spread the love

ଚଣ୍ଡିଖୋଲ,୨୦,୧୧ (ସନ୍ଧାନ ବ୍ୟୁରୋ) – ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ଚଣ୍ଡୀଖୋଲକୁ ତୁରନ୍ତ ରାଜସ୍ୱ ସବଡ଼ିଭିଜନର ମାନ୍ୟତା ପ୍ରଦାନ କରିବାକୁ ଏବେ ଦାବି ଜୋର ଧରିଛି । ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ମଖ୍ୟମନ୍ତ୍ରୀ ଅପ୍ରତ୍ୟଶିତ ଭାବେ ଘୋଷଣା କରିବା ପରେ ରବିବାର ଦିନ ବିଜେପି ପକ୍ଷରୁ ଚଣ୍ଡିଖୋଲକୁ ରଜସ୍ୱ ସବଡିଭିଜନର ମାନ୍ୟତା ପ୍ରଦାନ ପାଇଁ ଏକ ସମ୍ବାଦିକ ସମ୍ମଳନୀରେ ଦାବି କରାଯାଇଛି । ପୂର୍ବତନ ସାଂସଦ ମୋହନ ଜେନାଙ୍କ ନେତୃତ୍ୱରେ ବଡଚଣା ବିଜେପି ମଣ୍ଡଳର ନେତୃ ମଣ୍ଡଳୀ ମାନେ ଏହି ସମ୍ବାଦିକ ସମ୍ମଳନୀରେ ଉପସ୍ଥିତ ହୋଇ ଏହି ଦାବୀ ଉପସ୍ଥାପନ କରିଥିଲେ । ଭୈଗଳିକ ଭିତ୍ତି ଭୂମିକୁ ଦୃଷ୍ଟିକୁ ନେଇ ପୂର୍ବକୁ ଏହା ଉତ୍ତର କଟକ ଜିଲ୍ଲା ଘୋଷଣା କରାଯାଇଥିଲା । ଏହି ଘୋଷଣା ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଘୋଷଣା କରିଥିଲେ । ତାହା କାର୍ଯ୍ୟକାରୀ ହୋଇନପାରିବାର ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଣ୍ଡିଖୋଲରେ ରାଜସ୍ୱ ସବଡିଭିଜନ ମାନ୍ୟତା ଦିଆଯିବ ବୋଲି ୨୦୦୪ ମସିହାରେ ଘୋଷଣା କରିଥିଲେ । ତେବେ ଇତି ମଧ୍ୟରେ ୧୮ବର୍ଷ ବିତିଯାଇଥିଲେ ସୁଧା ଏହି ଘୋଷଣା ବାସ୍ତବ ରୁପ ନେଇପାରିନଥିବା ବିଜେପି କର୍ମକର୍ତ୍ତା ମାନେ ଏହି ସମ୍ମଳନୀରେ ମତ ପ୍ରକାଶ କରି ମଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ । ସେମାନଙ୍କ ସୂଚନା ଅନଯାଇ ଚଣ୍ଡିଖୋଲ ଏପରି ଏକ ସ୍ଥାନ ଏଠାରେ ସବ ଜର୍ଜ କୋର୍ଟ ଠାରୁ ଆରମ୍ଭ କରି ଜିଲ୍ଲା ଅଡିଟ୍ କାର୍ଯ୍ୟଳୟ, ଆରଡି ଏବଂ ଆଣ ଆଣ୍ଡ ବି , ଆର. ଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମେତ ଏହାର ଚର୍ତପାର୍ଶ୍ୟରେ ୮ଟି ଥାନା ୩ଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ସାଙ୍ଗକୁ ଆରଟିଓ କାର୍ଯ୍ୟଳୟ, ବ୍ୟଙ୍କ ଜୋନାଲ ଅଫିସ ଓ ଖଣି ଖାଦାନ ଭଳି ବ୍ୟପକ ଉନ୍ନତ ଭିତ୍ତିଭୂମି ରହିଛି । ପ୍ରଶାସନିକ ବିକେନ୍ଦ୍ରୀକରଣ ପାଇଁ ଏଠାରେ ରାଜସ୍ୱ ସବଡିବିଜନର ପ୍ରତିଷ୍ଠା ହେବାକୁ ସମସ୍ତ ସର୍ତ୍ତ ପୂରଣ କରୁଥିଲେ ମଧ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗ ଚଣ୍ଡିଖୋଲବାସୀ ସେମାନଙ୍କ ନ୍ୟର୍ଯ୍ୟ ଦାବିରୁ ବଂଚିତ ହେଉଛନ୍ତି । ତେଣୁ ପୂର୍ବ ଘୋଷଣା ଅନୁଯାୟୀ ରଜସ୍ୱ ସବଡିଭିଜନ ସହ ଏହାକୁ ଏନଏସିର ଓ ଏକ ଜିଲ୍ଲା ଜର୍ଜ କୋର୍ଟ ଜେଲ ପ୍ରତିଷ୍ଠା କରିବାକୁ ସେମାନେ ଦାବି କରିଥିଲେ । ସୂଚନା ଅନୁଯାୟୀ ୧୯୭୫ ମସିହାରୁ ତତ୍କାଳୀନ ନନ୍ଦିନୀ ଶତପଥି ସରକାର ଓଡ଼ିଶାର ଥିବା ଜିଲ୍ଲା ସଂଖ୍ୟାକୁ ବଢାଇବାକୁ ନିଷ୍ପତି ନେଇଥିଲେ ଓ ନିଷ୍ପତି ମୁତାବକ ସରକାର ଏକ କମିଶନ \’ନବ କୁମାର ଦାସଙ୍କ ଅଧକ୍ଷତରେ \’ ଏକ କମିଶନ ଗଠନ କରି ନୂତନ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତିଭୂମିର ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ .୧୯୮୦ ଦଶକରେ ଜାନକୀ ବଲ୍ଳଭ ସରକାରଙ୍କୁ ଦାସ କମିଶନ ନୂତନ ଜିଲ୍ଲା ଗଠନର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇଥିଲେ ଓ ଏହାର ଆଧାରରେ ବିଜୁ ବାବୁଙ୍କ ସରକାର ସେତେବେଳେ ୧୩ ଜିଲ୍ଲାରୁ ୩୦ ଟି ନୂତନ ଜିଲ୍ଲା ଗଠନ କରିଥିଲେ.ସେତେବେଳେ ଦାସ କମିଶନ କଟକ,କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ଏକ ଜିଲ୍ଲା ଭାବେ ଉତ୍ତର କଟକ ଜିଲ୍ଲା ଘୋଷଣା ଓ ଚଣ୍ଡିଖୋଲକୁ ଉକ୍ତ ଜିଲ୍ଲାର ସଦର ମହକୁମା କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ. ପରେ ଯାଜପୁରକୁ ଏକ ଜିଲ୍ଲା ଭାବେ ସରକାର ଘୋଷଣା କରିଥିଲେ ମାତ୍ର ଏହାର ସଦର ମହକୁମା ଚଣ୍ଡିଖୋଲରେ ହେବାକୁ ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନୟକ ପ୍ରତିଶୃତି ଦେଇଥିଲେ.ପରେ ଜିଲ୍ଲାର ସୂବଡ଼ିଭିଜନ ଚଣ୍ଡିଖୋଲ ପରିବର୍ତେ ଯାଜପୁର ହେଇଥିଲା.୨୦୦୪ ମସିହାରେ ପୁନର୍ବାର ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ତାଙ୍କ ସରକାର ଆସିଲେ ଚଣ୍ଡୀଖୋଲକୁ ସବଡ଼ିଭିଜନର ମାନ୍ୟତା ମିଳିବ ବୋଲି ସଭାରେ ଘୋଷଣା କରିଥିଲେ ମାତ୍ର ୧୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ଘୋଷଣା ଘୋଷଣାରେ ରହିଗଲା.ଚଣ୍ଡିଖୋଲର ପଶ୍ଚିମାଞ୍ଚଳର ଲୋକ ଓ ପୂର୍ବାଞ୍ଚଳର ଜନସାଧାରଣ ନିଜର ଜରୁରୀ କାର୍ଯ୍ୟ ପାଇଁ ଦୀର୍ଘ ୭୦ କିମି ଯାଜପୁର ଯାଇ କରୁଛନ୍ତି ଯାହାପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବା ସହ ଓ ଅଧିକ ସମୟ ମଧ୍ୟ ଅପଚୟ ହେଉଛି.ଚଣ୍ଡୀଖୋଲକୁ ସବଡ଼ିଭିଜନ ମାନ୍ୟତା ପାଇଁ ତତ୍କାଳୀନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ବିଧାନସଭାରେ ପ୍ରଶ୍ନ କରିଥିଲେ ଓ ସରକାର ଖୁବ ଶୀଘ୍ର ଏହା ଘୋଷଣା କରିବାକୁ ୍ୱିଧାନସଭାରେ ପ୍ରୀତିଶୃତି ମଧ୍ୟ ଦେଇଥିଲେ ମାତ୍ର ଆଜି ପର୍ଯ୍ୟନ୍ତ ସରକାରଙ୍କ ଏହି ନିଷ୍ପତି କାର୍ଯ୍ୟକାରୀ ହେଇପାରିଲା ନାହିଁ ଯାହାକୁ ନେଇ ଖୁବ ଶୀଘ୍ର ଏକ ସର୍ବଦଳୀୟ କମିଟି ଗଠନ କରି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ସମ୍ବିଳନୀରେ ଉପସ୍ଥିତ ନେତା ମାନେ ଘୋଷଣା କରିଥିଲେ.ସେହିପରି ସବୁ ଭିତ୍ତିଭୂମି ଥାଇ ମଧ୍ୟ ସରକାର ଚଣ୍ଡିଖୋଲକୁ ଆଜି ପର୍ଯ୍ୟନ୍ତ ଏନଏସି ମଧ୍ୟ ଘୋଷଣା କରିଲେ ନାହିଁ.୨୦୨୦ ଫେବୃଆରୀ ୨୬ ରେ ରାଜ୍ୟ ସରକାର ଚଣ୍ଡୀଖୋଲରେ ଏକ ଏଡ଼ିଜେ କୋର୍ଟ ଖୋଲିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହେଇପାରିଲା ନାହିଁ.ଏହି ସବୁ ଦାବୀ ଗୁଡିକ ଯଦି ତୁରନ୍ତ ରାଜ୍ୟ ସରକାର ପୂରଣ ନକରନ୍ତି ତେବେ ସରକାରଙ୍କ ବିରୋଧରେ ବଡ଼ଚଣା ବିଜେପି ରାଜରାସ୍ତାକୁ ଓଲ୍ଲହାଇବା ବୋଲି ସମ୍ବିଳନୀର ଘୋଷଣା କରିଥିଲେ.ଏହି ସମ୍ବିଳନୀରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ନାଥ ଶାନ୍ତି,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରାଉତ,ପୁର୍ବତନ ଜିଲ୍ଲା ଉପସଭାପତି ଜ୍ଞାନରଞ୍ଜନ ସାହୁ,ପୁର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଇନଜୀବୀ ଉଦୟ ନାଥ ସାହୁ,ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ଜେନା ଓ ଜିଲ୍ଲା ଯୁବମୋର୍ଚା ସଂଯୋଜକ ନିହାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ.

Related Posts

About The Author

Add Comment