ଯାଜପୁର ସଦର, ୧୭/୧୦/୨୦୨୨ (ସନ୍ଧାନ ନିଉଜ): ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିର୍ଘ ଜୀବନ କାମନା କରିବା ସହିତ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ୭୭ ତାମ ଜନ୍ମ ଦିବସ ଅବରରେ ଯାଜପୁର ଜିଲ୍ଲାର ବାଳାଶ୍ରମ ପଡ଼ିଆରେ ହଜାର ହଜାର କର୍ମି ମାନଙ୍କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଧର୍ମଶାଳର ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର ଓଡ଼ିଶା ବାସୀଙ୍କ ମନକୁ ଛୁଇଁ ପାରିଥିବା ସାଢ଼େ ଚାରିକୋଟି ଲୋକଙ୍କ ମନରେ ରହିଯାଇଥିବା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ବହୁ ଆଡ଼ମ୍ବର ସହକାରେ ଯାଜପୁରରେ ପାଳନ କରାଯାଇଥିଲା । ଏହି ଅବସରରେ ବାଳାଶ୍ରଢ଼ ପଡ଼ିଆ ପରିଶରରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ୮୦ ଫୁଟର ଏକ ବିଶାଳ କଟାଉଟ ନବୀନ ବାବୁଙ୍କର ନିର୍ମାଣ କରାଯାଇଥିବା ବେଳେ, ଯାଜପୁର ବିଧାୟକ ପ୍ରଣବ ପକାଶ ଦାସ କେକ କାଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଜନ୍ମ ଦିନ ଅବସରରେ ଭଦ୍ରକ ବିଧାୟକ ସଂଜୀବ ମଲିକ, ଚାନ୍ଦବାଲି ବିଧାୟକ ବ୍ୱୋମକେଶ ରାୟ ଯୋଗଦାନ କରିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇଥିବା ବେଳେ, ଯାଜପୁର ଦଶରଥପୁର ବ୍ଲକ, ବିଞ୍ଝାରପୁର ବ୍ଲକର ଏସଜି ଗ୍ରପୁର ମହିଳାମାନେ ଏହି ଜନ୍ମଦିବିସରେ ଯୋଗଦାନ କରିଥିଲେ । ମହିଳାମାନଙ୍କ ହୁଳହୁଳୀ ଓ ଶଙ୍ଖ ଶ୍ୱରରେ ବାଳାଶ୍ରମ ପଡ଼ିଆ ପ୍ରକମ୍ପିତ ହୋଇଉଠିଥିଲା । ବୈତରଣୀ ନଦୀରେ ଏକ ଆକର୍ଷଣୀୟ ଲେଜର ସୋ ଉପସ୍ଥିତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ଏହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିବା ବେଳେ, ପ୍ରଣବ ପ୍ରକାଶ ଦାସ ଏହାକୁ ପରିଚାଳନା କରିଥିଲେ । ଯାଜପୁର ଜିଲ୍ଲାକୁ ଭଲପାଉଥିବା ମୁଖ୍ୟମନ୍ତ୍ରୀ ସବୁବେଳେ କହିଆସିଛନ୍ତି ମାଙ୍କୁ ସମ୍ମାନ ଗାଁକୁ କାମ ବିଜୁ ଜନତା ଦଳର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଦକ୍ଷ ଭବପ୍ରସାଦ ଦା, ଉପାଦକ୍ଷ ସନ୍ତୋଷ ମଲିକ ଏହାକୁ ପରିଚାଳନା କରିଥିବା ବେଲେ, ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଂଚ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମିଶନ ଶକ୍ତିର ମହିଳାମାନେ ଯୋଗଦାନ କରିଥିଲେ ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳେଲେ ଯାଜପୁର ଜିଲ୍ଲାବାସୀ
|
October 19, 2022 |
