ଅଧରୁ କମ କର୍ମଚାରୀଙ୍କୁ ନେଇ ଚାଲିଛି ସବଡେ଼ଗା ଅଗ୍ନିଶମ କେନ୍ଦ୍ର ସାଧାରଣ ଜନତା ସୁବିଧା ପାଇବାରୁ ବଞ୍ଚିତ

Spread the love

ତା:୧୪/୬/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ ଭିତରେ ସବଡେ଼ଗା ହେଉଛି ଏକ ବଡ ବ୍ଲକ । ତେବେ ସବଡେଗା ବ୍ଲକରେ ଥିବା ଅଗ୍ନିଶମ କେନ୍ଦ୍ରରେ ଆଵଶ୍ୟକତା ଅନୁଯାଇ କର୍ମଚାରୀ ନ ରହିବାକୁ ନେଇ ଅନେକ ସମୟରେ ଅସୁବିଧା ଲାଗିରହିଛି । ଏହି କେନ୍ଦ୍ରରେ ସର୍ବମୋଟ ୧୫ ଜଣ କର୍ମଚାରୀଙ୍କ ଆଵଶ୍ୟକତା ରହିଥିବା ବେଳେ ମାତ୍ର ପାଞ୍ଚଜଣରେ କେନ୍ଦ୍ର ଚାଲୁଅଛି । ସୂଚନା ଅନୁସାରେ ଅଗ୍ନିସମ କେନ୍ଦ୍ରରେ ଗତ ଦୁଇ ବର୍ଷ ମଧ୍ୟରେ ପାଞ୍ଚଜଣ କର୍ମଚାରୀ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ଏବେ ପର୍ଯ୍ୟନ୍ତ କେହି ନୂତନ କର୍ମଚାରୀ ଆସି ନ ଥିବା ସୁତ୍ରରୁ ପ୍ରକାଶ । ଅନେକ ସମୟଧରି ଏହିପରି କର୍ମଚାରୀ ନିଯୁକ୍ତିରେ ଅବହେଳା କାରଣରୁ ସବଡେଗା ବ୍ଲକରେ ଥିବା ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ସରକାରଙ୍କ ବିଭିନ୍ନ କାର୍ଯ୍ୟରୁ କୌଣସି ସୁବିଧା ପାଇପାରୁ ନ ଥିବା ଅଭିଯୋଗ ଆସୁଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି । ଉପଯୁକ୍ତ ସମୟରେ ନିଯୁକ୍ତି ନହେବା ଓ ବଦଳି ପରେ ମଧ୍ୟ ତାଙ୍କ ପରିବର୍ତ୍ତେ ସ୍ଥାନ ରିକ୍ତ ରହିବା କାରଣରୁ ସବଡେଗାରେ ଅଗ୍ନିଶମ ବିଭାଗରେ ଜରୁରୀ କାଳୀନ ପରିସ୍ଥିତିରେ ଓ ଦୁର୍ଘଟଣା ଜନିତ ପରିସ୍ଥିତିକୁ ଆୟତ କରିବା କାଠିକର ପାଠ ହୋଇପଡୁଛି । ସବଡେ଼ଗା ପରି ବଡ ବ୍ଲକ ରେ ମାତ୍ର ପାଞ୍ଚଟି କର୍ମଚାରୀଙ୍କୁ ନେଇ କାର୍ଯ୍ୟ ସମ୍ପାଦନ କରିବା ବହୁକାଠିକର ବିଷୟ ତଥା କୌଣସି ସମୟରେ କିଛି ବଡ ବିପଦ ଦେଖାଦେଲେ କାର୍ଯ୍ୟ ସମ୍ପାଦନାରେ ବହୁ ବିଳମ୍ବ ତଥା କୌଣସି ବଡ ବିପଦର ଆଶଙ୍କା ରହିଛି , ଜୁନ ଏବଂ ଜୁଲାଇ ମାସରେ ସାଧାରଣତଃ ସବୁଦିନ କାଳବୈଶାଖୀ ଲାଗି ରହୁଥିବା ବେଳେ ରାସ୍ତା ପାର୍ଶ୍ୱରେ ଗଛ ସବୁ ଭାଙ୍ଗି ବହୁସମୟ ପର୍ଯ୍ୟନ୍ତ ପଡ଼ିରହୁଥିବା ଦେଖାଯାଉଛି , କର୍ମଚାରୀ ଅଭାବରୁ ସବଡେ଼ଗା ଅଗ୍ନିଶମ ବିଭାଗ ଠିକ ସମୟରେ ଏହି ସବୁ କାର୍ଯ୍ୟକୁ ସମ୍ପାଦନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଇଛି ଏବଂ ଏଥିପାଇଁ ସାଧାରଣ ଜନତା ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ପ୍ରଶାସନ ଯେତେ ଶୀଘ୍ର ସମ୍ଭବ ଏ ଦିଗରେ ଦୃଷ୍ଟି ଦେଇ ଏହାର ଅତିଶୀଘ୍ର ଉଚିତ ସମାଧାନ କରିବା ପାଇଁ ଆଶା କରାଯାଉଛି ।

Related Posts

About The Author

Add Comment