କଟକରେ ନକଲି ମୋବିଲ୍ କାରଖାନା ଠାବ, ଜଣେ ଅଟକ
କଟକ, ୭/୧୦(ସନ୍ଧାନ ନିୟୁଜ) : ତିିନିଟି ନକଲି ମୋବିଲ୍ କାରଖାନା ରବିବାର ଠାବ ହୋଇଛି। କଟକ ଜିଲ୍ଲାର ଜଗତପୁର ଅନ୍ତର୍ଗତ ଭଇରିପୁରରେ ଭିନ୍ନ ଭିନ୍ନ ସ୍ଥାନରେ ଏହି ୩ଟି ମୋବିଲ କାରଖାନା ଠାବ ହୋଇଥିବା ଜଣାପଡ଼ିଛି। ଏହି କାରଖାନା ଗୁଡ଼ିକରୁ ପ୍ରାୟ ୨୦ ହଜାର ଲିଟରରୁ ଅଧିକ ନକଲି ମୋବିଲ ଜବତ ହୋଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖିଛି।
ଜଗତପୁର ଅଞ୍ଚଳରେ ନକଲି ମୋବିଲ୍ କାରଖାନା ପରିଚାଳନା ହେବା ନେଇ ପୁଲିସକୁ କିଛି ଦିନ ତଳେ ସୂଚନା ମିଳିଥିଲା। କାରଖାନା ଗୁଡ଼ିକରେ ଚଢ଼ାଉ କରିବା ପାଇଁ ପୁଲିସ ପୂର୍ବରୁ ଯୋଜନା କରିଥିଲା। ଆଜି ଯୋଜନା ମୁତାବକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୁଲିସ ଜଣକୁ ଅଟକ ରଖିଛି। ନକଲି ମୋବିଲ ଉତ୍ପାଦନ ପାଇଁ କାରଖାନାର ମାଲିକମାନେ କେଉଁଠାରୁ ଓ କେମିତି ସାମଗ୍ରୀ ଆଣୁଥିଲେ ଓ ଉତ୍ପାଦିତ ମୋବିଲକୁ ବଜାରରେ କେମିତି ବିକ୍ରି କରୁଥିଲେ ପୁଲିସ ସେ ନେଇ ତଦନ୍ତ କରୁଛି।
Related Posts
About The Author