ଚଣ୍ଡିଖୋଲ,୨୮/୦୫ (ସନ୍ଧାନ ନିଉଜ) ରାଜ୍ୟରେ ଏବେ ବିଦ୍ୟୁତ କାଟ କରାଯିବନାହିଁ ବୋଲି କିଛିଦିନ ତଳେ ମୁଖ୍ୟଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମାତ୍ର ମୁଖ୍ୟ ଶାସନ ସଚିବଙ୍କ କଥାକୁ ବୋଧେ ବିଭାଗ ଶୁଣୁନାହାନ୍ତି ଯାହା ଫଳରେ ଦୀର୍ଘ ୧୫ ଘଣ୍ଟାରୁ ଉର୍ଧସମୟଧରି ବିଦ୍ୟୁତସେବାରୁ ସାଧାରଣ ଜନତା ବଂଚିତ ହୋଇଛନ୍ତି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି.ନେଉଳପୁର ବିଦ୍ୟୁତ ସବ ଡିଭିଜନ ଅଧିନରେ ଥିବା ପାଖାପାଖି ବଡଚଣାର ୧୦ ଗୋଟି ଓ ଧର୍ମଶଳାର ୧୦ ଗୋଟି ପଂଚାୟତର ଶତାଧିକ ଜନତା ଏହି ବିଦ୍ୟୁତ କାଟର ଶିକାର ହେଇଛନ୍ତି.ଶୁକ୍ରବାର ରାତ୍ର ୧୦ ଘଟିକା ସମୟରୁ ସାମାନ୍ୟ ଟିକେ ବର୍ଷା ହେବାଫଳରେ ବିଭାଗ ବିଦ୍ୟୁତ କାଟ କରିଥିଲା.କୌଣସି ଘଡଘଡି କିମ୍ବା ପବନ ନଥାଇ ମାତ୍ର ୧୦ ମିନିଟରେ ସାମାନ୍ୟ ବର୍ଷାହେଇ ଛାଡ଼ିଯାଇଥିଲେ ସୁଦ୍ଧା ବିଦ୍ୟୁତ ଆଉ ଆସିନଥିଲା.
ରାତିରେ ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ମଶାରେ ଲୋକମାନେ ରାତିରେ ଛଟପଟ ହେଥିଲେ.ବିଶେଷ କରି ପରିବାରର ଛୋଟ ପିଲା ଓ ବୟସ୍କ ଲୋକମାନେ ରାତିରେ ବିନା ବିଦ୍ୟୁତରେ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ.ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଫୋନ ଉଠାଇନଥିଲେ ପରେ କୁଆଖିଆ ଏସ ଡି ଓ ଙ୍କୁ ପଚାରିବାରୁ ସେ ଖୁଣ୍ଟ ଭାଙ୍ଗିଯାଇଥିବା ନେଇ ସୂଚନା ଦେବା ସହିତ ଏଥିପାଇଁ ଆହୁରି ଅଧିକ ସମୟ ଲାଗିବ ବୋଲି କହିଥିଲେ. କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ସମୟ ଟୋପାଏ ବର୍ଷାରେ ଖୁଣ୍ଟ ଭାଙ୍ଗି ପଡୁଛି ତେବେ ଖୁଣ୍ଟ ଗୁଡିକ କିଭଳି ନିମ୍ନ ମାନର ଲଗାଯାଇଛି ତାହା ସହଜେ ଅନୁମେୟ. ପୁଣି ଏହାକୁ ଆଳ କରି ପ୍ରତି ସପ୍ତାହରେ ମରାମତି ନାମରେ କାହିଁକି ବିଦ୍ୟୁତ କାଟ କରାଯାଉଛି.
ଅନ୍ୟ ପଟରେ ପ୍ରତିଦିନ ରାତିରେ ୨ରୁ ୩ଘଣ୍ଟା ବିଦ୍ୟୁତ କାଟ ହେଉଛି , ଯେଉଁଠି ଶକ୍ତି ସଚିବ ବିଲକୁଲ ବିଦ୍ୟୁତ କାଟ ହେବନାହିଁ ବୋଲି ପ୍ରକାଶ କରିଛନ୍ତି ସେଠାରେ ଏଭଳି ବାରମ୍ବାର ବିଦ୍ୟୁତ କଟା ଗଲେ ଲୋକମାନେ କିଭଳି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସଚିବ ମାନେ କାହୁଁ ବୁଝିବେ. ସେହିପରି ଏହି ବିଦ୍ୟୁତ କଟା ଜାଣିଶୁଣି କରାଯାଉଥିବା କୁହାଯାଉଛି . କାକ ଇନଭଟର କମ୍ପାନୀ ମାଙ୍କନଙ୍କ ସହିତ ଭୀତରୀ ବୁଝାମଣା ପାଇଁ ଏଭଳି ଲାଇନ କାଟ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି. ଏହା ଉପରେ ମୁଖ୍ୟ ଶାସନ ସଚିବ ଦୃଷ୍ଟିଦେବା ପାଇଁ ଦାବି ହେଉଛି.



