ଡିବିଏଲ କ୍ରସରରୁ ଧୂଳି ଉଡି ପରିବେଶ ଦୂଷିତ, ଜନସାଧାରଣ ଅତିଷ୍ଠ; ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ
ଡିବିଏଲ କ୍ରସରରୁ ଧୂଳି ଉଡି ପରିବେଶ ଦୂଷିତ, ଜନସାଧାରଣ ଅତିଷ୍ଠ; ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ
Manas Kumar Rout |
May 22, 2022 |

ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ
ଚଣ୍ଡିଖୋଲ,୨୨.୦୫ (ସନ୍ଧାନ ନିୟୁଜ) -ଚଣ୍ଡିଖୋଲରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଏବେ ଡିବିଏଲ ଠିକାଦାର କମ୍ପାନୀ କରୁଅଛି ।ରାସ୍ତା କାମରେ ଲାଗୁଥିବା ବିଭିନ୍ନ ସାମଗ୍ରୀକୁ କମ୍ପାନୀ ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ଠାରେ ଗଛିତ ରଖି ସେଠାରୁ ବିଭିନ୍ନ ସ୍ଥାନକୁ ପଠାଇଥାଏ । ବିଶେଷ କରି ନେଉଳପୁର ଠାରେ ଏକ ମିକ୍ସଚର କ୍ରସର ବସାଇ ସେଥିରେ ବାଲି,ସେମେଂଟ ଓ ଗୋଡି ମିଶାଇ ଟ୍ରକ ସାହାଯ୍ୟରେ ରାସ୍ତା କାର୍ଯ୍ୟ ହେଉଥିବା ସ୍ଥଳକୁ ପଠାଇଥାଏ ।
ନେଉଳପୁର ଠାରେ ବସିଥିବା ମିକ୍ସଚର କ୍ରସରରୁ ଏବେ ରାତିଦିନ ଧୂଳି ଉଡିବା ଫଳରେ ନିକଟସ୍ଥ ପରିବେଶ ସମ୍ପୂର୍ଣ ଦୂଷିତ ହେଉଛି । ଧୂଳି ସବୁ ପବନରେ ୫ କିମି ପର୍ଯ୍ୟନ୍ତ ଉଡ଼ିବାଫଳରେ ନିକଟରେ ଥିବା ଚାଷ ଜମୀସବୁ ନଷ୍ଠହେବାକୁ ବସିଲାଣି.ସେହିପରି ସନ୍ଧ୍ୟା ସମୟରେ ଧୂଳି ଉଡିବା ପହଲରେ ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କ୍ରସର ବସିଥିବା ଚାରିପାଖରେ ଗୁରୁକୁଳ ପବ୍ଲିକ ସ୍କୁଲ,ରମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ର,କଦଳୀ,ହରିଦାସପୁର,କୋଶଳିଆ,ଜୋରସହି,ବାଲିବିଲି,ମିଲଟନଗର ଓ ଚଣ୍ଡିଖୋଲ ଛକର କିଛିକାଂଶ ଯାଉଥିବାରୁ ଧୂଳିଉଡିବା ଫଳରେ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିୟମାନୁସାରେ କ୍ରସର ବସିଥିବା ଚାରିପାଖରେ ଧୂଳୀକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ଗଛ ଲଗାଇବା ସହ ଧୂଳି ବାହାରୁଥିବା ସ୍ଥାନରେ ପାଣି ସିଞ୍ଚନ କରିବାକଥା ମାତ୍ର ଏହାର ଚାରିପାଖରେ ଗୋଟିଏ ହେଲେ ଗଛ ଲଗାଯାଇନାହିଁ ସେହିପରି କେବଳ ସନ୍ଧ୍ୟାସମୟରେ କ୍ରସରକୁ ଯାଇଥିବା ରାସ୍ତାରେ ପାଣି ସିଞ୍ଚନ ଛଡା ଅନ୍ୟ କେଉଁଠି ପାଣି ସିଞ୍ଚନ କରାଯାଇନଥାଏ ।
ଆହୁରି ମଧ୍ୟ ଜାତୀୟ ରାଜପଥ କଡରେ କ୍ରସରଟି ଥିବାରୁ କେବଳ ରାତ୍ରସମୟରେ କ୍ରସର ଚାଲିବାର ନିୟମ ଥିଲାବେଳେ ଠିକାଦାର ନିଜ ଇଚ୍ଛାମୂତାବକ ଦିନରାତି ୨୪ ଘଂଟା କ୍ରସର ଚଳାଇଥଏ । ବିଭିନ୍ନ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କଲେ ସୁଦ୍ଧା କମ୍ପାନୀ ଏହାକୁ ଅଣଦେଖା କରିଆସୁଛି.ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଅଛି ।
Related Posts
About The Author