ଚଣ୍ଡିଖୋଲ,୧୦/୦୫/୨୦୨୨ (ସନ୍ଧାନ ନିୟୁଜ): ବଡ଼ଚଣା ଶିକ୍ଷାମଣ୍ଡଳ ଅଧିନସ୍ଥ ଶାଳପଡ଼ା ପଞ୍ଚାୟତର ଝାଟିଆପଡ଼ା ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ନିଷ୍ପତ୍ତି ଅନୁଯାୟୀ ବନ୍ଦ କରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ନୋଟିସ୍ ଦିଆଗଲା । ରଜ୍ୟସରକାର ୨୦୧୯ ମସିହାରେ ଆବଶ୍ୟକୀୟ ସଂଖ୍ୟକ ଛାତ୍ରଛାତ୍ରୀ ନଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବାର ନିଷ୍ପତ୍ତି ନେଇ ୨୦୨୦ ମସିହାରେ କାର୍ଯ୍ୟକାରୀ କଲେ । ଏହି ପରିପ୍ରେକ୍ଷୀରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ୨୦ରୁ କମ ଥିବାରୁ ବ୍ଲକ ଶିକ୍ଷାଧିକାରୀ ନିକଟରେ ଥିବା ସାଇଲପଡ଼ା ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆମ ବିଦ୍ୟାଳୟରେ ୨୯ଜଣ ଛାତ୍ରଛାତ୍ରୀ ଥିବା ବେଳେ ସରକାରଙ୍କ ଏହି ନିଷ୍ପତିର ପୁନଃବିଚାର କରାଯିବାକୁ ଦାବି କରି ବସିଥିଲେ । ୨୦୨୦ ମସିହାରେ ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଉକ୍ତ ସ୍ଥାନରେ ବିଦ୍ୟାଳୟ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀ ଉକ୍ତ କୋର୍ଟର ନିର୍ଦ୍ଦେଶନାମା ଓ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିର ପୁନଃବିଚାର ପ୍ରତିବାଦରେ ଏ ଲିଖିତ ଅଭିଯୋଗ ବ୍ଲକ ଶିକ୍ଷାଧିକାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ । ଇତି ମଧ୍ୟରେ ୨ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଆଜି ଗ୍ରାମର ପୂର୍ବତନ କାଉନ୍ସିଲର ଦୁଃଶାସନ ଦେଉରି ରତ୍ନାକର ନାୟକ, ଦାମୋଦର ଦେଉରୀ, ଶରତ ଛୁଆଳ ସିଂ, ନନ୍ଦକିଶୋର ଦେଉରୀ, ଧରଣୀଧର ରାଉତ, ଦୁଃଶାସନ ରାଉତ, ଅନି ନାୟକ, ଅଞ୍ଜନା ନାୟକ, ଇନ୍ଦ ଦେଉରୀ, ମିନି ଦେଉରୀ, ପ୍ରମିଳା ଦେଉରୀ ଓ ହାଡ଼ିବନ୍ଦୁ ଦେଉରୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ବ୍ଲକ ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏ ନେଇ ବ୍ଳକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେଉଁ ସମୟରେ ଆମର ସର୍ଭେ କରାଯାଇଥିଲା ସେ ସମୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲକୁ ବନ୍ଦ ନିଷ୍ପତ୍ତି ନିଆଗଲା । ଅନ୍ୟପକ୍ଷରେ ଏହି ଅଂଚଳକୁ ଏକ ପାର୍ବତ୍ୟ ଅଂଚଳ ହୋଇଥିବାରୁ ଝାଟିଆପଡ଼ାରୁ ସାଇଲପଡ଼ା ପ୍ରାୟ ୧କିଲୋମିଟର ଦୂରତାରେ ଥିବାରୁ ହିଂସ୍ର ଜନ୍ତୁ ଓ ନଦୀନାଳ ଛାତ୍ରଛାତ୍ରୀଙ୍କ ଯାତୟାତରେ ବାଧକ ସାଜୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ଏହି ନିଷ୍ପତ୍ତିର ପୁନଃ ବିଚାର ନହେଲେ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଚେତାବନି ଦେଇଛନ୍ତି ।
ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତିିବାଦରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା
|
May 10, 2022 |



