ଚଣ୍ଡିଖୋଲ, ୬/୧୦(ସନ୍ଧାନ ନିୟୁଜ/ମାନସ ରାଉତ ) ଜିଲ୍ଲାର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଡ୍ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କମ୍ପ୍ୟନେ ଚଣ୍ଡିଖୋଲସ୍ଥିତ ବାବା ଭୈରବା ନନ୍ଦ ସଂୟ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ସିଡ୍ ଉପସଭାପତି ତଥା ସମାଜସେବୀ ମାନସ କୁମାର ରାଉତଙ୍କ ସଭାପତିତ୍ୱରେ ନେହୁରୁ ଯୁବକେନ୍ଦ୍ର ଯାଜପୁରର ମିଳିତ ସହଯେଗରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ତଥା ଓସେନ ୱାନ ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ଦିଲ୍ଲିପ କୁମାର ନାୟକ ଯୋଗଦେଇ ସ୍ୱଚ୍ଛତା କେବଳ ରାସ୍ତାଘାଟ ବଜାର ସଫା କରିଦେଲେ ହେବ ନାହିଁ ବର ମନ ଏବଂ ବାକ୍ୟରୁ ସ୍ୱଚ୍ଛ ହୋଇ ଦେଶ ରାଷ୍ଟ ଏବଂ ସମାଜର ବିକାଶରେ ସାଧକ ହୋଇପାରିଲେ ତାହାହିଁ ହେବ ଦେଶ ଏବଂ ଜାତି ପାଇଁ ପକୃତ ସ୍ୱଚ୍ଛତା ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଚିନ୍ମୟୀ ରାଉତ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉପାଧ୍ୟୟ ପରମାର୍ଶ ଦେଇଥିବା ବେଳେ ସମାଜସେବୀ ଦେବାଶିଷ ପଣ୍ଡା ବିଗତ ଦିନରେ ସେବା ମନୋଭାବ ନେଇ କାର୍ଯ୍ୟ କରିଚାଲିଲେ ସଫଳତା ମିଳିଥାଏ ବୋଲି ମତ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବଡଚଣା ବିଜୁ ଯୁବ ବାହିନୀ ସଂଯୋଜକ ଡଲି ବିଶ୍ୱାଳ, ଧର୍ମଶାଳା ନେହୁରୁ ଯୁବ କେନ୍ଦ୍ର ସଂଯୋଜିକା କାଦମ୍ବିନ ପଣ୍ଡତ, ବଡଚଣା ନେହୁରୁ ଯୁବ କେନ୍ଦ୍ର ସଯୋଜିକା ଅନୀତା ବେହରା,ମନୋଜ କୁମାର ସାମଲ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରୀତି ଏବଂ ଦେଶ ଗଠନ ଉପରେ ଏକ ଡିବେଟ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ବିକ୍ରମାଦିତ୍ୟ ନାଥ, ଚନ୍ଦନ ସାହୁ, ସତ୍ୟାଜିତ ସ୍ୱାଇଁ, ନିତାଶ ପଣ୍ଡା, ମୁସ୍ତରି ବେଗମ, ସସ୍ମିତା ପରିଡା, ଶାସ୍ୱତତ ମହାପାତ୍ର, ପ୍ରମୁଖ ଛାତ୍ରଛତ୍ରୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ପରିଚାଳନାରେ ସହଯୋଗ କରିଥିଲେ । ଡିବେଟରେ ସଂଘମିତ୍ରା ଭୁତିଆ, ଲୋପାମୁଦ୍ରା ଭୁତିଆ, ବିନାୟକ ନାୟକ ପ୍ରମୁଖ କୃତିତ୍ୱ ଅର୍ଜନ କର ଜିଲ୍ଲାସ୍ତରୀୟ ଡିବେଟ୍ ପ୍ରତିଯୋଗିତାରେ ଭାଗ ନେବାର ଗୌରବ ହାସଲ କରିଥିଲେ ।