ଜନ୍ମ ଜୟନ୍ତୀରେ ଊତ୍କଳ ଗୈାରବ ମଧୁସୂଦନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

Spread the love

ଯାଜପୁର, ତା ୨୮ା୪ : ଊତ୍କଳ ଗୈାରବ ମଧୁସୂଦନ ଦାସଙ୍କର ପବିତ୍ର ଜନ୍ମ ଜୟନ୍ତୀରେ ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହ ମଧୁବାବୁ ଓଡିଆ ଜାତିର ଅସ୍ମିତାର ପ୍ରତୀକ ଥିଲେ ବୋଲି କହିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସହ ଓଡିଆ ଭାଷାକୁ ଋଦ୍ଧିମନ୍ତ କରିବାରେ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଥିଲେ । ସେହିପରି ପତଞ୍ଜଳି ଯୋଗ ସମିତି ପକ୍ଷରୁ ମଧ୍ୟ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ଯୋଗ ଗୁରୁ ଶରତ ଚନ୍ଦ୍ର ମହାପାତ୍ର, ମନ୍ମଥ କୁମାର ସାମଲ, ସରୋଜ କୁମାର ଜେନା, ସତ୍ୟବ୍ରତ ମହାନ୍ତି, ଅକ୍ଷୟ କୁମାର ତ୍ରିପାଠୀ, ମଧୁସ୍ମିତା ରଥ, ଋତୁପର୍ଣ୍ଣା ସାହୁ, ଶ୍ରୀନିବାସ ସାହୁ, ଦେବେନ୍ଦ୍ର ସେଠୀ, ସମାଜ ସେବୀ ନିଶିଥ ଦାସ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା ।

 

Related Posts

About The Author

Add Comment