★ଗୋବଂଶ ପରିବହନ ନିୟମ ୧୯୭୮
ପ୍ରାଣୀ ନିଷ୍ଠୁରତା ଆଇନ ( ଅଧିନିୟମ ୪୭ ରୁ ୫୬ ପର୍ଯ୍ୟନ୍ତ )
ଅବୈଧ ଗୋ ବାଣିଜ୍ୟ ଓ ଗୋ ପରିବହନ
www.sandhannews.com
Rule 47–କ–ପ୍ରାଣୀ ଚିକିତ୍ସକଙ୍କ ଠାରୁ ପରିବହନ ପାଇଁ ଗୋବଂଶ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ପ୍ରମାଣପତ୍ର
ଖ– ଗୋବଂଶକୁ ପରଜୀବୀ ସଂକ୍ରମଣ,ସଂକ୍ରାମକ ରୋଗ ହୋଇନଥିବ… ଗ– ରଣ୍ଡି ରୋଗ ପାଇଁ ଟୀକା ଦିଆଯାଇଥିବ
Rule 48–ପରିବହନ ହେଉଥିବା ଯାନରେ ପ୍ରାଥମିକ ଚିକିତ୍ସା ଉପକରଣ ବାକ୍ସ ରହିବା ଅନିର୍ବାର୍ଯ୍ୟ
Rule 49–କ–ଗୋ’ପ୍ରେରକ ଓ ଆମଦାନୀ କରୁଥିବା ବ୍ୟକ୍ତିଙ୍କର ନାମ,ଠିକଣା ଓ ଫୋନ ନମ୍ବର ନାଲିରଙ୍ଗରେ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ଲେଖାଯାଇଥିବ ତତ୍ ସହିତ କେଉଁ କିସମର ଗୋବଂଶ (ଗାଈ,ମଇଁଷି,ବଳଦ,ବାଛୁରୀ,ଷଣ୍ଢ) କେତେ ସଂଖ୍ୟାର ଗୋବଂଶ ସହିତ କେତେ ପରିମାଣର ଗୋଖାଦ୍ୟ’ର ବିବରଣୀ ବି ଲେଖାଯାଇଥିବା ଅନିର୍ବାର୍ଯ୍ୟ
ଖ–ପରିବହନ ପାଇଁ ଗୋବଂଶ ମାନଙ୍କୁ ଯାନରେ ରଖିସାରିବା ପରେ କୌଣସି ସ୍ଥାନରେ ଅବସର ନେଇପାରିବେ ନାହିଁ କାରଣ ଗୋବଂଶ ମନେ ସଜୀବ
Rule 50–◆ହାରାହାରି ଆରାମଦାୟକ ସ୍ଥାନ◆
କ–ବୟସ୍କ ଗୋବଂଶ–ଦୁଇ ବର୍ଗମିଟର
ବାଛୁରୀ–ଏକ ବର୍ଗମିଟର
ଖ–6.9/2.4 – ବଡ଼ ଗାଡ଼ି – ଆଠଟି ବୟସ୍କ ଗୋବଂଶ/ଷୋଳଟି ବାଛୁରୀ
5.6/2.3 – ମଧ୍ୟମ ଗାଡ଼ି – ବାରଟି ବାଛୁରୀ/ଛଅଟି ବୟସ୍କ
4.16/1.9 – ଛୋଟ ଗାଡ଼ି – ଆଠଟି ବାଛୁରୀ/ଚାରିଟି ବୟସ୍କ
2.9/1.89 – ସବୁଠାରୁ ଛୋଟ ଗାଡି – ପାଞ୍ଚଟି ବାଛୁରୀ/ଦୁଇଟି ବୟସ୍କ
Rule 51–ଅକ୍ଷତ ଅବସ୍ଥାରେ ଗୋବଂଶ ମାନଙ୍କୁ ଉଠାଇବା ଓ ଓହ୍ଲାଇବା
Rule 52–ଯାନରେ ଗୋବଂଶ ଉଠାଇବା ପୂର୍ବରୁ
ପର୍ଯ୍ୟାପ୍ତ ଗୋଖାଦ୍ୟ ଓ ପାଣି ଦେବା ଅନିର୍ବାର୍ଯ୍ୟ
Rule 53–ଗର୍ଭବତୀ ଗୋବଂଶ ପରିବହନ ଅଲଗା ଯାନରେ ହେବ
Rule 54–ପରିବହନ କରାଯାଉଥିବା ଯାନରେ ପର୍ଯ୍ୟାପ୍ତ ଖାଦ୍ୟ,ପାଣି ଓ ପର୍ଯ୍ୟାପ୍ତ ବାୟୁ ଆତଯାତ’ର ବ୍ୟବସ୍ଥା ଥିବା ଅନିର୍ବାର୍ଯ୍ୟ
Rule55–ରେଳ ପରିବହନ ପାଇଁ
Rule 56 –ସଜୀବ ଗୋବଂଶ ପାଇଁ ଉତ୍ତମ ବ୍ୟବସ୍ଥା’ର ଯାନ ଯେଉଁଥିରେ ତଳେ ମୁଲାୟମ ଚଟେଇ ଓ କଡ଼ରେ ମୁଲାୟମ ଗଦି ଥିବା ଅନିର୍ବାର୍ଯ୍ୟ
ଏହାଛଡ଼ା ଯାନରେ ଜଣେ ଜାଣିଥିବା ଗୋ ସହାୟକ ରହିବା ନିଶ୍ଚିତ
ଯାନରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ/ବସ୍ତୁ ନରଖିବା ମଧ୍ୟ ଅନିର୍ବାର୍ଯ୍ୟ
ଗୋବଂଶ ମାନଙ୍କୁ ଯତ୍ନର ସହ ଯାନର ଇଞ୍ଜିନ ବା ସମ୍ମୁଖ ଭାଗକୁ ମୁଁହ କରି ରଖିବା ମଧ୍ୟ ଅନିର୍ବାର୍ଯ୍ୟ ।






