ଦ୍ୱିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ବିରେନ ସିଂ ନେଲେ ଶପଥ

Spread the love
ପାଟନା, ୨୧/ ୦୩ (ସନ୍ଧାନ ନିଉଜ) ଦ୍ୱିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ବିରେନ ସିଂ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଇମ୍ପାଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଦ୍ୱିତୀୟ ଥର ମଣିପୁର ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି ।

ଋବିବାର ମଣିପୁର ରାଜ୍ୟପାଳ ଏଲ ଗଣେଶନ ବିଜେପି ବିଧାୟକ ଦଳ ନେତା ତଥା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କିରଣ ରିଜିକୁ ଦଳ ତରଫରୁ ଏକ ପତ୍ର ହସ୍ତାନ୍ତର କରାଯାଇଥିଲା ।

ରାଜଭବନର ବୟାନ ଅନୁସାରେ, ଦୁଇ ରାଜନୈତିକ ଦଳ ଜେଡିୟୁର ଛଅ ବିଧାୟକ, କୁକି ପିପୁଲ୍ସ ଏଲାଏନ୍ସର ଦୁଇ ଜଣ ସଦସ୍ୟ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିନା ସର୍ଚରେ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି ।

Related Posts

About The Author

Add Comment