ଛାତ୍ରଙ୍କୁ ମାଓବାଦୀଙ୍କ ଅପହରଣ
ମାଲକାନଗିରି, ୩/୧୦(ସନ୍ଧାନ ନିୟୁଜ/ମାନସ ରାଉତ) : ଯୁକ୍ତ ଦୁଇ ଛାତ୍ରଙ୍କୁ ମାଓବାଦୀମାନେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ର ହେଉଛନ୍ତି ମୁରଲିଗୁଡା ନିବାସୀ ପେଡିୟମ ମୁକେଶ। ସେ ଯୁକ୍ତ ଦୁଇର ଛାତ୍ର ଅଟନ୍ତି। ସୁକମା ଜିଲା ଭେଜି ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ମୁକେଶଙ୍କୁ ମାଓବାଦୀମାନେ ଅପହରଣ କରିଛନ୍ତି। ଏନେଇ ସୁକମା ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି। ଛାତ୍ରଙ୍କୁ ମୁକ୍ତ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।
Related Posts
About The Author