ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Sandhan News |
March 12, 2022 |
ବାଣପୁର, ୧୨/୦୩ (ସନ୍ଧାନ ନିଉଜ) ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ଏହା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ସାଧାରଣ ଜନତା । ତାଙ୍କୁ ଏବେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋକେ ବିଧାୟକଙ୍କ ଉପରେ ଆକ୍ରମଣ କରିବା ସହିତ ତାଙ୍କର ଗାଡ଼ିକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ଯାଉଥିବା ସମୟରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ ବ୍ଲକ ଭିତରେ ଥିବା ଗହଳି ଭିତରକୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ ଗାଡ଼ି ଚଲାଇ ଯାଇଥିଲେ । ଏହି ସମୟରେ ସେ ଗହଳିରେ ଥିବା ଲୋକଙ୍କ ଉପରେ ଦୃତ ଗତିରେ ଗାଡ଼ି ଚଢାଇ ଦେଇଥିଲେ । ଏଥିରେ ୫ରୁ ୭ ଜଣ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ମେଡିକାରେ ଭର୍ତ୍ତି ହୋଇଥିବା ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏପରିକି ବିଧାୟକଙ୍କ ଗାଡ଼ି ଆଗରେ କିଛି ପୋଲିସ ଆସିବାରୁ ଦୁଇରୁ ୩ ଜଣ ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ କହିଛନ୍ତି ଯେ ବିଧାୟକଙ୍କ ଗାଡ଼ି ତଳେ ଦୁଇ ଜଣ ପୋଲିସ ଚାପି ହୋଇ ରହିଯାଇଥିଲେ । ଏହା ପରେ ସେଠାରେ ଥିବା ଲୋକେ ପୋଲିସ ଗାଡ଼ିକୁ ଓଲଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ଉତ୍ୟକ୍ତ ଜନତା ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ବିଧାୟକ ଲହୁଲୁହାଣ ହୋଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ଏବେ ପୋଲିସ ଫୋର୍ସ ପହଁଞ୍ଚି ସ୍ଥିତି ଆୟତକୁ ଆଣିବାକୁ ଚେଷ୍ଟା କରୁଛି ।
Related Posts
About The Author