ନୂଆଦିଲ୍ଲୀ,@SANDHAN NEWS : ଆଫଗାନିସ୍ତାନକୁ ରକ୍ତାକ୍ତ ଉପାୟରେ ଦଖଲକୁ ନେଇଥିବା ତାଲିବାନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପରାମର୍ଶ ଦେଇଛି। ତାଲିବାନ ଉଭୟ ପକ୍ଷକୁ ସଂଯମତା ଅବଲମ୍ବନ କରିବାକୁ ଏବଂ ଆକ୍ରାତ୍ମାକ ମନୋଭାବ ଗ୍ରହଣ ନକରିବାକୁ ଆହ୍ୱାନ୍ ଦେଇଛି ଯାହା ହିଂସାକୁ ଆହୁରି ବଢାଇବ। ତାଲିବାନ ଋଷ ଏବଂ ୟୁକ୍ରେନକୁ ସଙ୍କଟର ସମାଧାନ ପାଇଁ ବୁଝାମଣା କରିବାକୁ ପରାମର୍ଶ ଦେଇଛି।ତାଲିବାନ କହିଛି ଯେ ସେ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର ସମ୍ଭାବନାକୁ ନେଇ ତାଲିବାନ ଚିନ୍ତା ପ୍ରକଟ କରିଛି। ତାଲିବାନ ସମଗ୍ର ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ୍ ଦେଇଛି। ତାଲିବାନ ଏହି ସମୟରେ ଏକ ବିବୃତ୍ତି ଜାରି କରି ଏ ମନ୍ତବ୍ୟ ଦେଇଛି ।
ୟୁକ୍ରେନ୍ ସଂଙ୍କଟ: ସମାଧାନ ପାଇଁ ବୁଝାମଣା କରିବାକୁ ତାଲିବାନର ପରାମର୍ଶ
|
February 25, 2022 |
![](https://sandhannews.com/wp-content/uploads/2022/02/Ukraine-crisis-Talib-1-8A3C8CA4-D286-4F82-AB4D-D5F2B14560BD.jpg)