ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡ଼ି ପାଉଁଶ,

Spread the love

ଜେନାପୁର/୧୩/୦୨/ ସନ୍ଧାନ ନିଉଜ (ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମପଞ୍ଚାୟତ ଏଣ୍ଡଳବା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଏଣ୍ଡଳବା ଗ୍ରାମର ପ୍ରଫୁଲ ସାମଲ ଆଜି ମଧ୍ୟ୍ୟନ ପ୍ରାୟ ୧ ,୩୦ ସମୟ ହେବ  ତାଙ୍କ ସ୍ତ୍ରୀ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ସେ ନିଜେ ଘର ଭିତରେ ଥିବା ଚୁଲିରେ ରୋଷେଇ କରୁଥିବା ସମୟରେ ନୂଆଣିଆ ଚାଳ ଘର ଥିବାରୁ ନିଆଁ ଚାଳରେ ଲାଗିଯାଇଥିଲା । ପ୍ରଫୁଲ୍ଲ ପଦାକୁ ବାହାରି ଆସି ଜୋରରେ ପାଟି କରି ଡାକ ପକେଇବାରୁ ପାଖରେ ଥିବା ପଡିଶା ଘର ସହ ଗ୍ରାମର ଯୁବକ ମାନେ ମିଶି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଚଡ଼େଇ ଧରା ଅଗ୍ନିଶମ ବାହିନୀକୁ ଖବର ମଧ୍ୟ ଦେଇଥିଲେ।   ଗ୍ରାମର ଯୁବକ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ ଆୟତ କରିଥିଲେ । ଖବର ପାଇ ବଳରାମ ପୁର ଆର ଆଇ ଘଟଣା ସ୍ଥଳରେ ପହଞ୍ଚି ରିପୋର୍ଟ କରି ପଲିଥିନ ଗୋଟିଏ ପ୍ରଦାନ କରିଥିଲେ । ପ୍ରଫୁଲ୍ଲଙ୍କ ପରିବାର କହିଲେ ସ୍ତ୍ରୀ ପୁଅ ଝିଅ ବୋହୂକୁ ମିଶେଇ  ୯ ଜଣ  ପ୍ରଫୁଲ୍ଲଙ୍କ କହିବା ଅନୁଯାୟୀ ସେ ମୋ କୁଡ଼ିଆରୁ ବଞ୍ଚିତ ଅଛନ୍ତି, ଏଠି ସରକାରଙ୍କ ମାଳ ମାଳ ଯୋଜନାରୁ ନ ୯ ନଅ ଜଣ ପରିବାରକୁ ନେଇ ଭଙ୍ଗା କୁଡ଼ିଆରେ ପ୍ରଫୁଲ୍ଲ, ସରକାର ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ଜନସାଧରଣରେ ଦାବି ହେଉଛି।

Related Posts

About The Author

Add Comment