ଯୌତୁକ ଜୁଇ ରେ ଜଳିଗଲା ସବିତାଙ୍କ ନିରୀହ ଜୀବନ; ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

Spread the love

ବଡଚଣା,୪।୨, ( ସନ୍ଧାନ ନିିଉଜ୍) ଯୌତୁକ ପାଇଁଁ  ଗଲା ଜୀବନ । ସଂସାର କଣ ବୁଝିବା ପୂର୍ବରୁ ଯୌତୁକ ରାକ୍ଷସ ମାରିଦେଲା ସବିତାଙ୍କୁ।ଏଭଳି ଅଭାବନୀୟ ଘଟଣା ଟି ଘଟିଛି ବଡ ଚଣା ବ୍ଲକ ଅନ୍ତର୍ଗତ ସୋଲର ପଞ୍ଚାୟତ ଅଧୀନ ସୋଲର ଦେହୁରୀ ସାହି ଗ୍ରାମରେ। ସୂଚନା ଥାଉକି,ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ନିକଟସ୍ଥ ଗୋଗଳ ଗ୍ରାମର ରାଇ ସାମଲ ଙ୍କ ଝିଅ ସବିତା ସାମଲ,ବୟସ ୨୮ ଙ୍କୁ ଗତ ୭ ମାସ ତଳେ ବୈଦିକ ରିତିରେ ବଡ ଚଣା ବ୍ଲକ ବୈରୀ ଥାନା ଅନ୍ତର୍ଗତ ସୋଲର ଦେହୁରୀ ସାହି ଗ୍ରାମର ପପୁ ଦେହୁରୀ ଙ୍କୁ ବିଭାହ କରିଥିଲେ। ଯୌତୁକ ବାବଦରେ ଝିଅ ଘର ପକ୍ଷରୁ କିଛି ଟଙ୍କା ଓ ଯାନୀ ଯୌତୁକ ପୁଅ ଘରକୁ ଦେଇ ଥିଲେ। ପରେ ପପୁ ର ପରିବାର ପକ୍ଷରୁ ବାରମ୍ବାର ଆଉ ଯୌତୁକ ଦାବି କରିବା ସହିତ , ସବିତାଙ୍କୁ ବାରମ୍ବାର ମରା ଧରା ମଧ୍ୟ କରୁଥିଲେ , ଉପସ୍ଥିତ ଭଦ୍ର ବ୍ୟକ୍ତି ଓ ଝିଅ ଘର ପକ୍ଷରୁ ସମାଧାନ କରାଯାଇଥିଲା ବୋଲି ପରିବାର ପକ୍ଷରୁ କହିଛନ୍ତି। ତେବେ ୭ମାସର ବିଭାଘର ଭିତରେ ୫ଥର ରୁ ଉର୍ଦ୍ଧ୍ବ ଥର ମାଡ଼ ମାରି ଲହୁ ଲୁହଣ କରିବା ସହିତ,ଯୌତୁକ ଲାଗି ନିର୍ଯାତନା ଦେଉ ଥିଲେ, ଗତ କାଲି ସକାଳ ସମୟରେ ମଦ୍ୟପ ପପୁ ମାଡ଼ ଧର ବି ସବିତା ଙ୍କୁ କରିଥିଲେ, ତେବେ ଏହି ଘଟଣା ସମ୍ପର୍କରେ ବାପ ଘର ଲୋକଙ୍କୁ ଫୋନ କରି ସବିତା ଜଣାଇଥିଲା,କିନ୍ତୁ ବାପ ଘର ଲୋକେ ଝିଅ ଘରେ ପହଂଚିବା ପୂର୍ବରୁ ସବିତା ଦଉରୀ ଲଗାଇ ଆତ୍ମହତ୍ୟା କରିଛି ବୋଲି ମଦ୍ୟପ ପପୁ କହିଥିଲା। ତେବେ ମୁର୍ମୁସ ଅବସ୍ଥାରେ ସବିତା ଙ୍କୁ କଟକ ବଡ଼ ମେଡ଼ିକାଲ ନେବା ସମୟରେ ସବିତାଙ୍କ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି।ଏହି ଖବର ପାଇ ବାପ ଘର ଲୋକେ ଛତିଆ ପୋଲିସ ଫାଣ୍ଡିରେ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଲିଖିତ ଅଭିଯୋଗ ଆଣିଛନ୍ତି। ଏହି ଖବର ପାଇ ବୈରୀ ଥାନା ଅଧିକାରଣୀ ସଂଘମିତ୍ରା ନାୟକ ଘଟଣାରେ ସବିତାଙ୍କ ସ୍ୱାମୀ ପପୁ କୁ ଥାନାରେ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରୀ ରଖିଛନ୍ତି, ତେବେ ସବିତା ଙ୍କୁ ଅଧିକ ଯୌତୁକ ଲାଗି ମାର ଧର କରୁଥିବା ମଦ୍ୟପ ସ୍ୱାମୀ ପପୁ କୁ ଫାଶୀ ହେବା ଦରକାର ତେବେ ଯାଇ ମୃତ ସବିତାଙ୍କ ଆତ୍ମା କୁ ନ୍ୟାୟ ମିଳିବ ବୋଲି ଦାବି କରିଛନ୍ତି ପରିବାର ଲୋକେ। ତେବେ ଏଭଳି ଜଘନ୍ୟ କାଣ୍ଡ ଘଟଣାରେ ସମ୍ପୃକ୍ତି ଥିବା ଦୋଷୀ ଙ୍କୁ ଖସାଇ ଦେବା ପାଇଁ ପ୍ରଭାବ ଶାଳୀ ବେକ୍ତି ଙ୍କ ଚାପ ବଢୁ ଥିବା ବେଳେ, କୋଠର ଦଣ୍ଡ ବିଧାନ କରାଯିବାକୁ ସଧାରଣରେ ଦାବିହୋଇଛି।

Related Posts

About The Author

Add Comment