ସେବା ଯୋଗାଇ ପାରୁନି ଆକସ୍ମିକ ଦୁର୍ଘଟଣା କେନ୍ଦ୍ର, ଡାକ୍ତର ଓ ଫାର୍ମାଶିଷ୍ଟ ନଥିବାରୁ ରୋଗୀ ହନ୍ତସନ୍ତ

Spread the love

ଧର୍ମଶାଳା, ୨୯/୯(ସନ୍ଧାନ ନିୟୁଜ/ମାନସ ରାଉତ)-ଜାତୀୟ ରାଜପଥରେ ଘଟୁଥିବା ଆକସ୍ମିକ ଦୁର୍ଘଟଣା ଗ୍ରସ୍ତ ରୋଗୀ ମାନଙ୍କୁ ସେବା ଯୋଗାଇ ଦେବାକୁ ଚଣ୍ଡିଖୋଲରେ ଏକ ଆକସ୍ମିକ ଦୁର୍ଘଟଣା କେନ୍ଦ୍ର ରହିଅଛି । ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ବ୍ୟତୀତ ନିକଟସ୍ଥ ଚଣ୍ଡିଖୋଲ, ନେଉଳପୁର, ହରିଦାସପୁର,କ୍ଷେତ୍ରପାଳ, ଗୋାପଳପୁର, କଂଟିଗାଡିଆ ଓ ସୁଙ୍ଗୁଡା ଆଦି ପଂଚାୟତର ଶତାଧିକ ଜନସାଧାରଣ ଏହି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଡାକ୍ତର ଓ ଆନୁଷଙ୍ଗିକ ଯନ୍ତ୍ରପାତି ଅଭାବରୁ ୧୬ ନମ୍ବର ଜାତୀୟ ରାଜପଥ, ୫୩ନଂ ଜାତୀୟ ରାଜପଥ ଓ ୫ନ(କ) ଜାତୀୟ ରାଜପଥରେ ଯେଉଁ ଦୁର୍ଘଟଣା ଘଟୁଛି ସେ ରୋଗୀମାନେ ଏ ଦୁର୍ଘଟଣା ଜନିତ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ୧୯୯୧ ମସିହାରେ ତତକାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୁର୍ଘଟଣା ଜନିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଦୁର୍ଘଟଣା ସ୍ୱାସ୍ଥ୍ୟ କେନ୍ଦ୍ରଟି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟ କରୁଅଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଫାର୍ମାଶିଷ୍ଟ ଓ ୨ ଜଣ କର୍ମଚାରୀ ରହିବାର ନିୟମ ରହିଛି । କିନ୍ତୁ ଯେତିକି ଡାକ୍ତର, ନର୍ସ, ଅନ୍ୟାନ୍ୟ କର୍ମଚାରୀ ଓ ଡାକ୍ତର ଖାନାରେ ଆନୁସଙ୍ଗିକ ଜିନିଷପତ୍ର ଆଜି ସୁଦ୍ଧା ସରକାର ଦେଇ ପାରିନାହାନ୍ତି । ଡାକ୍ତର ଖାନା ଖୋଲା ହେବା ଦିନ ଠାରୁ ଜଣେ ମାତ୍ର ଡାକ୍ତର କେତେବେଳେ ଅର୍ଥପେଡି କେତେବେଳେ ସର୍ଜରୀ, କେତେବେଳେ ମେଡିସନ, କେତେବେଳ ଏମ.ବି.ବି.ସ. ଡାକ୍ତର ରହି ଆସିଛନ୍ତି । । ବର୍ତମାନ ଯେଉଁ ଡକ୍ଟର ରହୁଛନ୍ତି ସେ ସପ୍ତାହରେ ୩ଦିନ କାର୍ଯ୍ୟ ସଂପନ୍ନ କରୁଛନ୍ତି । ଅନ୍ୟଦିନ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭବାରୁ ଏ ଡିୟୁଟି କରୁଛନ୍ତି । ଯେଉଁ ମହିଳା ଫର୍ମାଶିଷ୍ଟ ଥିଲେ, ସେ୬ ମାସ ପର୍ଯ୍ୟନ୍ତ ଛୁଟିରେ ରହିଭନ୍ତି । ବଡଚଣା ଗୋଷ୍ଠୀ ସ୍ାସ୍ଥ୍ୟ କେନ୍ଦର ଭାରପ୍ରାପ୍ତ ଅଧିକାରୀ ଯେଉଁ ଫାର୍ମାଶିକୁ ଦେଇଛନ୍ତି ସେ ନିଜ ଇଛା ଅନୁସାରେ କେବେ ଆସୁଛନ୍ତି, କେବେ ମଧ୍ୟ ଆସୁନାହାନ୍ତି । ବର୍ତମାନ ଡାକ୍ତର ୩ ଦିନ ପାଇଁ ଛୁଟିରେ ଯାଇଛନ୍ତି । ଡାକ୍ତର ଛୁଟିରେ ଥିବାରୁ ଫାର୍ମାଷ୍ଟିଟଙ୍କିର ଉକ୍ତ ଡାକ୍ତର ଖାନାକୁ ଆସିବାର ଦେଖା ଯାଉ ନାହାନ୍ତି ।ୠତକାଲି ୨୫ ତାରିଖ ଓ ଆଜି ୨ଦିନ ହଲକର ଫାର୍ମାଶିଷ୍ଟଙ୍କର ଦେଖାନାହିଁ । ଯଦ୍ୱାରା ଚଣ୍ଡିଖୋଲ ନିକଟସ୍ଥ ରୋଗୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ରୋଗୀ ମାନଙ୍କର ସେବା ପାଇଁ ରୋଗୀ କଲ୍ୟାଣ ସମିତି, ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ଆଶାକର୍ମୀ ଯୋଜନା କରାଯାଇ ସାଧାରଣ ଲୋକ ମାନଙ୍କୁ ଭୁଆ ବୋଲାଉଛନ୍ତି ବୋଲି ଜଣାପଡିଛି । ଦୁର୍ଘଟଣା ଜନିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ମାଧ୍ୟମରେ କେତେ ଅର୍ଥ ଆସୁଛି ତାହା କେଉଁ ଆଡେ ଯାଉଛି ତାହା ମଧ୍ୟ ଜଣାପଡୁ ନାହିଁ । ରୋଗୀମାନଙ୍କ ପାଇଁ ଯେଉଁ ନିରାମୟ କେନ୍ଦ୍ର ଖୋଲି ଯାଇଛି ତାହା ମଧ୍ୟ ସବୁ ସମୟରେ ଚାବି ପଡି ରହୁଛି । ଏଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ନର୍ସ, ଏ.ଏନ.ଏମ.ଡାକ୍ତର ଖାନାରେ ନାହନ୍ତି । ଦୁର୍ଘଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ, ପରିସ୍ରା, ଝାଡା, ପରୀକ୍ଷା ପାଇଁ କର୍ମଚାରୀ ନାହାନ୍ତି, ଯନ୍ତ୍ର ମଧ୍ୟ ନାହିଁ । ବର୍ଷା ଦିନେ ଡାକ୍ତର ଖାନା ସମ୍ମୁଖରେ ଏକ ଫୁଟରୁ ଅଧିକ ଜଳ ରହିଥିବାରୁ ରୋଗୀମାନେ ମଧ୍ୟ ସେଠାରେ ପହଂଚିବା ବହୁ କଷ୍ଟକର । ଯେଉଁ ବେସରକାରୀ ଗୃହରେ ଡାକ୍ତରଖାନା ଚାଲୁଛି ସେ ଗୃହର କେଉଁଠି ଝରକା ଭାଙ୍ଗୁଛି ତ କେଉଁଠି କବାଟ ଭାଙ୍ଗିଛି ତାହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଅଛି । ଉକ୍ତ ଡାକ୍ତରଖାନାର ଯେଉଁ ୨ ଜଣ ହେଲପର ରହୁଛନ୍ତି ସେମାନେ ଡାକ୍ତର ଓ ଫାର୍ମାଶିଷ୍ଟ ନଥିବାରୁ ରୋଗୀମାନଙ୍କ ଠାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ଶୁଣୁଛନ୍ତି । ଡାକ୍ତରଖାନା ସମସ୍ୟା ସଂପର୍କରେ ବାରମ୍ବାର ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲା ମୁକ୍ୟ ଚିକିସôା ଅଧିକାରୀଙ୍କ ଜଣାଇଲେ ସୁଦ୍ଧା ସମସ୍ୟାର ସୁଧାର ହୋଇପାରି ନାହଁ । ଏ ସଂପର୍କରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ନିମାଁଇ ଚରଣ ନାୟକ ଓ ଜିଲା ମୁଖ୍ୟ ଚିକସôା ଅଧିକାରୀଙ୍କୁ ଜଣାଇବା ପରେ ସେ କହୁଛନ୍ତି ଆମେ ସେଥିପ୍ରତି ଦୃଷ୍ଟି ଦେବୁ ।

Related Posts

About The Author

Add Comment