ବ୍ରହ୍ମ ବିଭ୍ରାଟ ରିପୋର୍ଟ ଗୁପ୍ତ ରହିବ: ଶ୍ରୀମନ୍ଦିର ପରିଚାଳନା କମିଟିି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Spread the love

ପୁରୀ,୨୮/୯(ସନ୍ଧାନ ନିୟୁଜ): ୨୦୧୫ ନବକଳେବର ବ୍ରହ୍ମ ବିଭ୍ରାଟ ରିେପାର୍ଟକୁ ନେଇ ଲାଗି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ତିନି ଜଣିଆ ସବ୍ କମିଟି ରିେପାର୍ଟ ତର୍ଜମା କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିଛନ୍ତି। ତେବେ ବ୍ରହ୍ମ ପରିବର୍ତ୍ତନ ମହାପ୍ରଭୁଙ୍କ ଶ୍ରେଷ୍ଠ ନୀତି ବୋଲି ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନ ଏହି ରିେପାର୍ଟକୁ ଗୋପନ ରଖିଛି। କେବଳ ସେତିକି ନୁହେଁ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା କାରଣରୁ ଏହି ରିପୋର୍ଟକୁ କୌଣସି ପରିସ୍ଥିତିରେ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏପରିକି ରିପୋର୍ଟର ଗୋପନୀୟତା ରକ୍ଷା ପାଇଁ ଏହା ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ନାହିଁ। ଅର୍ଥାତ୍‌ ସୂଚନା ଅଧିକାର ଆଇନ ବଳରେ ମାଗିଲେ ବି ଏହି ତଥ୍ୟ ମିଳିବନି।

ତେବେ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ବିଭ୍ରାଟ ହୋଇଥିବା କଥାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ବୀକାର କରିଛନ୍ତି। ୧୦ରୁ ୧୫ ଜଣ ସେବକଙ୍କ ଯୋଗୁ ଏହି ବିଶୃଙ୍ଖଳା ଉପୁଜିଥିବା ମୁଖ୍ୟ ପ୍ରଶାସକ ପ୍ରକାଶ କରି ଦୋ‌ଷୀ ସେବକଙ୍କ ବି‌ରୋଧରେ ଆସନ୍ତା ତିିନି ମାସ ଭିତରେ ଧାରା (୨୧) ବି ମୁତାବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

Related Posts

About The Author

Add Comment