ଦ୍ୱିତୀୟ ବାର୍ଷିକ ହିନ୍ଦୁସ୍ଥାନ ଫୁଟବଲ କପ୍ ଉଦଯାପିତ: ଗୁଟିଙ୍ଗିଆ ଫୁଟବଲ ଦଳ ଚମ୍ପିୟାନ 

Spread the love
ବାଲିଗୁଡା,ତା:୨/୧:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତର ଚଞ୍ଚଳା ସାହି ସ୍ଥିତ ଖେଳ ପଡିଆ ଠାରେ ହିନ୍ଦୁସ୍ଥାନ ଫୁଟବଲ କପ୍ ର ଦ୍ଵିତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ କ.ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଲୋଚନା ଦଳବେହେରା ,ବଣ୍ଡଗୁଡା ସରପଞ୍ଚ ସଙ୍ଗିତା ନାଏକ, ଜିରିଡି କିଆ ସରପଞ୍ଚ ମହାଦେବ ପ୍ରଧାନ , ବ୍ଲକ ବିଜେଡି ସଭାପତି ବାସୁଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ଅଞ୍ଚଳ ର ପ୍ରାୟ ଆଠଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ ହିନ୍ଦୁସ୍ଥାନ ଫୁଟବଲ ଦଳ ସହିତ ଗୁଟିଙ୍ଗିଆ ଫୁଟବଲ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ଏଥିରେ ଗୁଟିଙ୍ଗିଆ ଫୁଟବଲ ଦଳ ହିନ୍ଦୁସ୍ଥାନ ଫୁଟବଲ ଦଳ କୁ ୩ – ୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି l ଅତିଥି ମାନଙ୍କ ଦ୍ଵାରା ବିଜେତା ଦଳକୁ ୫୧୫୧ ଟଙ୍କା ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଦଳକୁ ଟ୍ରଫି ସହ ୩୧୫୧ ଟଙ୍କା ରାଶି ପ୍ରଦାନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ଭାବେ ହିନ୍ଦୁସ୍ଥାନ ଦଳ ର ମନୋଜ୍ ପ୍ରଧାନ,ଗୁଟିଙ୍ଗିଆ ଦଳର ଯୁଗଳ କହଁର ,ଶ୍ରେଷ୍ଠ ଡିଫେଣ୍ଡର ଭାବେ କନ୍ନେହୀ ନାୟକ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଖେଳ କୁ ବଣ୍ଡଗୁଡ଼ା ବିଜେଡି ସଭାପତି ଅଶୋକ କୁମାର ପାତ୍ର ,ଅଶ୍ୱିନୀ କୁମାର ପାତ୍ର, କାମାକ୍ଷ ପ୍ରଧାନ, ମିଲନ ବିଷୋୟୀ ସନ୍ତୋଷ କୁମାର ପାତ୍ର ପରିଚାଳନା କରିଥିବା ବେଳେ ହିନ୍ଦୁସ୍ଥାନ କ୍ଳବ୍ ର ଅରବିନ୍ଦ ପ୍ରଧାନ, ଅମିତ୍ ପ୍ରଧାନ, ଅଜୟ, ଅଜିତ, ନାରାୟଣ ପ୍ରଧାନ ଙ୍କ ସମେତ କ୍ଲବ ର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ ।

Related Posts

About The Author

Add Comment