୧୦ ରାଜ୍ୟରେ ସ୍ଥିତି ସମ୍ଭାଳିବେ କେନ୍ଦ୍ରୀୟ ଟିମ୍‌

Spread the love

ନୂଆଦିଲ୍ଲୀ, ୨୫/୧୨/୨୦୨୧ (ସନ୍ଧାନ ନିଉଜ) : ଦେଶରେ କାୟା ବିସ୍ତାର କରିଚାଲିଛି କରୋନାର ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ । ରାଜ୍ୟଠୁ ରାଜ୍ୟ ବ୍ୟାପିଚାଲିଛି ଓମିକ୍ରନ୍ । ଡେଲଟା ଠାରୁ ୫ଗୁଣା ଅଧିକ ସଂକ୍ରାମକ ଓମିକ୍ରନ୍ କୁ ନେଇ ଏବେ କେନ୍ଦ୍ର ସରକାରଙ୍କ ବଢିଛି ଚିନ୍ତା । ଦେଶରେ ଏବେ ୧୦ ରାଜ୍ୟ ସ୍ଥିତି ଧିରେ ଧିରେ ଅସମ୍ଭାଳ ହେବା ଆରମ୍ଭ ହୋଇଛି ଏବଂ ଏହି ସବୁ ରାଜ୍ୟରେ ବର୍ତ୍ତମାନ ଓମିକ୍ରନ୍ ସ୍ଥିତି ସମ୍ଭାଳିବାକୁ ଯିବେ କେନ୍ଦ୍ରୀୟ ଟିମ୍ । ତେବେ ଓମିକ୍ରନ୍ ମୁକାବିଲା ପାଇଁ ୧୦ ଟି ରାଜ୍ୟକୁ ଗସ୍ତ କରିବେ କେନ୍ଦ୍ରୀୟ ଟିମ୍ । ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠନ କରାଯାଇଛି ଟିମ୍ । ଯେଉଁମାନେ କି ବିଭିନ୍ନ ରାଜ୍ୟରେ ଓମିକ୍ରନ୍ ସ୍ଥିତି ସମ୍ଭାଳିବେ । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ୟୁପି, ଝାଡଖଣ୍ଡ, ପଞ୍ଜାବ ଆଦି ୧୦ ରାଜ୍ୟକୁ ଗସ୍ତ କରିବେ କେନ୍ଦ୍ରୀୟ ଟିମ୍ । ଏହି ସବୁ ରାଜ୍ୟ ଗୁଡିକରେ ଏବେ ସଂକ୍ରମଣ ହାର ଅଧିକ ରହିଥିବା ବେଳେ ସର୍ବାଧିକ ଭୟ ମହାରାଷ୍ଟ୍ରକୁ ନେଇ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ସବୁଠାରୁ ଅଧିକ ଓମିକ୍ରନ୍ ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି ଯାହାକୁ ନେଇ ପୁରା ଦେଶ ପାଇଁ ଭୟ ବଢିଛି ।

Related Posts

About The Author

Add Comment