ଯାଜପୁର ,(ସନ୍ଧାନ ନିୟୁଜ) ପୂର୍ବତଟ ରେଳ ପଥ ଅଧିନସ୍ଥ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ହରିଦାସପୁର ରେଳ ଷ୍ଟେସନରେ ଆଜି ଦୁରନ୍ତ ଏକ୍ସପ୍ରେସ ଲାଇନ୍ଚ୍ୟୁତ ହୋଇଛି । ଫଳରେ ଅଳ୍ପକେ ଶତାଧିକ ଯାତ୍ରୀ ରକ୍ଷା ପାଇଛନ୍ତି । ସୂଚନା ମୁତାବକ ଯଶବନ୍ତପୁରରୁ ହାଉଡା ଅଭିମୁଖେ ଯାଉଥିବା ଦୁରନ୍ତ ଏକ୍ସପ୍ରେସ ନମ୍ବର ୩୭୨୧୨ ସକାଳ ୧୧.୩୦ ସମୟରେ ହରିଦାସପୁର ରେଳଷ୍ଟେସନ ଅଫ ଲାଇନ୍ ଅତିକ୍ରମ କରିବା ସମୟରେ ହଠାତ ଲାଇନ୍ ଚ୍ୟୁତ ହୋଇଥିଲା । ଲାଇନ୍ଚ୍ୟୁତ ହୋଇଥିବା ପ୍ରଥମ ବଗିରେ କୌଣସି ଯାତ୍ରୀ ନଥିବା ହେତୁ କାହାରି କୌଣସି କ୍ଷତି ହୋଇନାହିଁ । ତେବେ ଘଟଣା କାହିଁକି ଓ କିପରି ଘଟିଲା ସେ ନେଇ ତଦନ୍ତ ହେବ ବୋଲି ଖୋର୍ଦ୍ଧାରୋଡ ଡିଭିଜନର ଏଡିଆରମ ପ୍ରକାଶ କରିଛନ୍ତି । ତେବେ ନିଶ୍ଚିତ ଭାବରେ ଶତାଧିକ ଲୋକ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ଏବଂ ବୈଷୟିକ ଦଳ ଘଟଣାସ୍ଥଳରେ ପଂହଚି ଲାଇନଚ୍ୟୁତ ହୋଇଥିବା ବଗିଟିକୁ ଅଲାଗ କରିବା ପରେ ଅବଶିଷ୍ଠ ବଗିକୁ ନେଇ ଦୁରନ୍ତ ନିଜର ଗନ୍ତବ୍ୟ ପଥରେ ଯାଇଥିଲା । ଏହି ଘଟଣା ପାଇଁ ଏହି ରୁଟ୍ରେ ଥିବା ସମସ୍ତ ଟ୍ରେନକୁ ୩ଘଂଟା ପାଇଁ ବାତିଲ କରାଯାଇଥିଲା । ପାଖାପାଖି ୩ଘଂଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଏହାର ସଠିତ ତଦନ୍ତ ହେଲେ ଏହି ଟ୍ରେନ୍ ଦୃର୍ଘଟଣାର ପକୃତ କାରଣ ଜଣାପଡିବ ବୋଲି ଯାତ୍ରୀ ମାନେ ପ୍ରକାଶ କରିଛନ୍ତି ।
ଦୁରନ୍ତ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ, ଅଳ୍ପକେ ରକ୍ଷା ପାଇଲେ ଶତାଧିକ ଯାତ୍ରୀ
|
December 3, 2021 |



