ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା
ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା
Sandhan News |
November 18, 2021 |

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତି ଏହି ପରମ୍ପରା ରେ ରୋମାଞ୍ଚ ଭରିଅଛି । ଆକାମାବୈ ରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର ।
ଇତିହାସ ଏବଂ ବ୍ୟୁତ୍ପତିଗତ ବ୍ୟାଖ୍ୟା
ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠି ର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପ ମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତି କୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :-
ଆକାମାବୈ….ମପାନଗୁଆ ଥୋଇ..ପାନଗୁଆ ତୋର…ମାସିକ ଧରମ ମୋର
ବର୍ତ୍ତମାନ ର ଇତ୍ତିବୃତ୍ତି
ବର୍ତ୍ତମାନ କଟକ ସହର ରେ ଏବଂ ପାରିବାରିକ ଉତ୍ସବଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଅନେକ ବ୍ୟବସାୟି ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି ।ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାର ରୁ ଉର୍ଦ୍ଧ୍ୱ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ ।ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି । ଅନେକ ପ୍ରତିଭାଙ୍କ ସମ୍ବର୍ଦ୍ଧନା ମଧ୍ୟ ଦିଆହୁଏ
ଭବିଷ୍ୟତର ଲକ୍ଷ
ଯଦିଓ ଏହିଦିନ ଠୁ ସପ୍ତାହବ୍ୟାପୀ ଶିଳ୍ପଦ୍ୟୋଗୀ ସପ୍ତାହ ପାଳିତ ହୁଏ ଏବଂ ଓଡିଶାରେ ଶିଳ୍ପ ସମ୍ଭାବନା ତଥା ବର୍ତ୍ତମାନର ସ୍ଥିତି ସମ୍ପର୍କିତ ଆଲୋଚନା ମାଳା ଅନୁଷ୍ଠିତ ହୁଏ ; କିନ୍ତୁ ଯଉ ମହନୀୟ ଉତ୍କଳିୟ ସଂସ୍କୃତି କୁ ନେଇ ଅତୀତରେ ଏହାର ଅର୍ଥନିତି ସମୃଦ୍ଧ ରହିଥିଲା, ସେୟାର ପୁନରାଲୋକନ କରେଇ ସେଇଭଳି କାର୍ଯ୍ୟକ୍ରମା ମାନ ଆୟୋଜନ କରାଯାଇପାରିଲେ ଯୁବ ପିଢି ଅନୁପ୍ରାଣିତ ହେବା ସମ ମହାନ୍ ପରମ୍ପରା ଉଜ୍ଜୀବିତ ରଖାଯାଇପାରନ୍ତା । ଉଦାହରଣ ସ୍ୱଋପ କିଛି ବ୍ୟବସାୟି ଗୋଷ୍ଠି ଜଳପଥରେ ସତସତିକା ନୌବାଣିଜ୍ୟ ନିମନ୍ତେ ସେହି ସବୁ ସ୍ଥାନ ମାନଙ୍କୁ ସରକାରୀ ଉଦ୍ୟମରେ ଗମନ କରନ୍ତେ ଏବଂ କିଛି କାଳ ପଶ୍ଚାତ୍ ସେମାନେ ବ୍ୟବସାୟ ସାରି ଓଡିଶା ଫେରନ୍ତେ ।
ଉପସଂହରା
ଶେଷରେ ଏୟା କୁହାଯାଇପାରେ ଅତୀତ ଉତ୍କଳିୟ ସଂକୃତି ଯେ ମହାନ୍ ଏବଂ ବାଲିଯାତ୍ରା ଭଳି ଅନେକ ଗୌରବମୟ ସ୍ମୃତି ଆଜି ଲୋପପାଇବାକୁ ବସିଛି । ଏଣୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ସମ୍ପର୍କିତ ଗବେଷଣା ତଥା ଆଲୋଚନା ମାଳା ଅନୁଷ୍ଠିତ କରେଇବା ସହ ତାହାର କ୍ରିୟାନ୍ୱୟନ ନିମିତ୍ତ ପଦକ୍ଷେପ ନେବା ଉଚିତ ।
ବନ୍ଦେ ଉତ୍କଳ ଜନନୀ
ଅରୁଣ କୁମାର ତ୍ରିପାଠୀ
ଶୈକ୍ଷିକ ପରାମର୍ଶଦାତା, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ,ଓଡିଶା
Related Posts
About The Author