ସେ ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟ l ଗଣ ହୃଦୟର କବି l ପ୍ରଥିତଯଶା ସାରସ୍ୱତ ସାଧକ l ସେ ଗଣକବି ବୈଷ୍ଣବ ପାଣି l ସେ ପୁଣି ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା l ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ l ଆଜିବି ତାଙ୍କ ନାଟକକୁ ନେଇ ସେଇକ୍ରେଜ, ତେବେ ବିଗତ ୨ ବର୍ଷ ହେଵ କରୋନା ପାଇଁ ନାଟକ ବନ୍ଦ, ଶ୍ରଦ୍ଧାଞ୍ଜଳିରେ ଅଟକି ରହିଛି ଉତ୍ସବ l କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ କଳାର ତୀର୍ଥଭୂମିରେ ପରିଣତ କରିଥିବା ଯାତ୍ରାବାଲା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି l ମାତ୍ର ପଞ୍ଚମ ଶ୍ରେଣୀରୁ ଅଟକି ଯାଇଥିଲା ଗଣକବିଙ୍କ ସ୍କୁଲ ଶିକ୍ଷା l ଦାରିଦ୍ର୍ୟ ସାଜିଲା ପ୍ରତିବନ୍ଧକ l ରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ମିଳିଗଲା ନିଯୁକ୍ତି l ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ l କୋଠପଦା ମାଇନର ସ୍କୁଲରେ ରୋଷେଇୟା ଦାୟୀତ୍ୱ ମଧ୍ୟ ମିଳିଗଲା ବୈଷ୍ଣବଙ୍କୁ l ଏସବୁ ଭିତରେ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ କୋଠପଦାରେ ଗୋଟିପୁଅ ନୃତ୍ୟ କରିବାର ସୁଯୋଗ ପାଇଲେ କିଶୋର ବୈଷ୍ଣବ l ଯାତ୍ରା ଓସ୍ତାଦୀ, ପାଲା ଗାୟକ, ଶହଶହ ଗୀତିନାଟ୍ୟର ସଫଳ ହେଲେ ସେ। l 1903 ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ l କେତେବେଳେ ଅଭିନେତା,କେବେ ନିର୍ଦ୍ଦେଶକ, କେବେ ଗାୟକ ଆଉ କେବେ ବାୟକ l କୋଠପଦା ରଘୁନାଥ ଜୀୟୁ ମଠରୁ ବୈଷ୍ଣବ ପାଣିଙ୍କ ସୃଜନ ଜୀବନର ଆଦ୍ୟ ଓଁକାର ଦିଗ ଦିଗନ୍ତକୁ ଛୁଇଁ ପାରିଥିଲା ସେ ସମୟରେ l ଏବର୍ଷ ସବୁ ଓଲଟ ପଲଟ କରିଦେଇଛି କରୋନା l ଆଖଡ଼ା ଘରେ ବହିପୂଜା ବଂଦ l ରିହଲସଲ ମନା l ମୁହଁରେ ରଙ୍ଗବୋଳି ମଞ୍ଚରେ ଅଭିନୟ କରିବାର ସମ୍ଭାବନା ନାହିଁ। ପୁରା ହାତଛଡା l ଗୀତିନାଟ୍ୟ ଦେଖିବାର ସୁଯୋଗ ବି ନାହିଁ। ଇଏ ରଙ୍ଗ ମଞ୍ଚ ନୁହେଁ l ଚାଷୀର କ୍ଷେତ l ଲହୁ ଲୁହକୁ ଏକାକାର କରି ଜମିରୁ ଫସଲ ଅମଳ ପାଇଁ ସଂଘର୍ଷ କରୁଥିବା ତେଲ ଲୁଣ ଦୁନିଆଁର ସାଧାରଣ ମଣିଷଟିଏବି କଳାକାର l ସିଏ ବାଣାସୁର, ଜଳନ୍ଧର, ତାରକାସୁର, ଏମିତି ପୌରାଣିକ, କାଳ୍ପନିକ, ନତୁବା ଐତିହାସିକ ନାଟକର ରାଜା, ମନ୍ତ୍ରୀ ନାଇଁତ ସେନାପତି l ଏହାରି ଭିତରେ ଆସନ୍ତୁ ଭେଟିବା ଦୀର୍ଘ 60 ବର୍ଷ ଧରି ବୈଷ୍ଣବ ପାଣିଙ୍କ ଯାତ୍ରାର ଆଉଜଣେ କଳାକାରଙ୍କୁ l ଯିଏ ପୁରୁଷ ହୋଇ ମଧ୍ୟ କେବଳ ନରୀ ଭୂମିକାରେ ହିଁ’ ଅଭିନୟ କରନ୍ତି l ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବିମୋହିତ କରେ l କୋଠପଦା ଗାଁ’ର ସେଇ କଳାକାର ରତ୍ନାକର ଓଝାଙ୍କୁ ଭେଟିବା ତାଙ୍କ କମାରଶାଳରେ l
ବୈଷ୍ଣବ ପାଣିଙ୍କ ନାଟକର ଏହାହିଁ ସବୁଠାରୁ ବଡ଼ ସଫଳତା l ଏଠି ସମସ୍ତେ କଳାକୁ ହୃଦୟ ଦେଇ ଭଲପାଆନ୍ତି l ଜୀବନର ଜଳ ଛବିରେ ମାଟିରୁ ଆକାଶକୁ ଜଡେଇ ଧରନ୍ତି l
ଯେଉଁ କାଳଜୟୀ ସ୍ରଷ୍ଟା 1882 କୁମାର ପୂର୍ଣ୍ଣିମାରେ ଜନ୍ମହୋଇ 1956 ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଗଲେ l ସେଇ ମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସଂଭାର l ତା’ଙ୍କ ନିର୍ଦ୍ଦେଶିତଯାତ୍ରା, ତା’ଙ୍କ ବିରଚିତ ଗୀତିନାଟ୍ୟ, ତା’ଙ୍କ ନାଟକ, ତା’ଙ୍କ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ, ସବୁ ଯେମିତି ଓଡ଼ିଆ ବାଣୀ ଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି l ପାଣିସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି l ଶହେ ବର୍ଷ ତଳୁ ଅଭିନୀତ ତା’ଙ୍କ ନାଟକର କ୍ରେଜ ଆଜିବି ଲୋକପ୍ରିୟତା ବଜାୟ ରଖିଛି l ତେବେ ଦୁଃଖ ଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଆମ ମାଟିର ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜିବି ଝୁରୁଛି,