PLରେ ସାମିଲ ହେବାକୁ ଯାଉଛି ଦୁଇଟି ନୂଆ ଟିମ୍‌, ଅକ୍ଟୋବର ୨୫ରେ ହେବ ଘୋଷଣା

Spread the love

ନୂଆଦିଲ୍ଲୀ, (ସନ୍ଧାନ ନ୍ୟୁଜ): କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ଆଇପିଏଲରେ ସାମିଲ ହେବାକୁ ଯାଉଛି ଦୁଇଟି ନୂଆ ଟିମ୍ । ଏନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଆସନ୍ତା ଅକ୍ଟୋବର ୨୫ରେ ନୂଆ ଆଇପିଏଲ ଟିମ୍ ର ଘୋଷଣା ହେବାକୁ ଯାଉଛି ।

ଆଇପିଏଲ ୨୦୨୨ ପାଇଁ ଏହି ଟିମ୍ ଚୟନ କରାଯାଉଥିବା ବେଳେ ନିକଟରେ ଆରମ୍ଭ ହୋଇଯାଇଛି ଟେଣ୍ଡର କିଣା ପ୍ରକ୍ରିୟା । ଅକ୍ଟୋବର ୧୦ ଟେଣ୍ଡର କ୍ରୟ କରିବାର ଶେଷ ତାରିଖ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨ଟି ନାମୀଦାମୀ କମ୍ପାନୀ ଟେଣ୍ଡର ପାଇଁ ଆବେଦନ କରିସାରିଛନ୍ତି ।

ବର୍ତ୍ତମାନ ଆଇପିଏଲରେ ୮ଟି ଦଳ ରହିଥିବା ବେଳେ ଆଉ ଦୁଇଟି ନୂଆ ଦଳ ସାମିଲ ହେବା ପରେ ୧୦ଟି ଟିମ୍ ଆଇପିଏଲ ଟ୍ରଫି ପାଇଁ ଲଢେଇ କରିବେ ।

ତେବେ ଅହମଦାବଦ୍ , ଲକ୍ଷ୍ନୌ କିମ୍ବା ପୁଣେ ଭଳି ଟିମ୍ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଟିମ୍ ବୃଦ୍ଧି ପାଇଲେ ମ୍ୟାଚ୍ ସମୟସୀମା ମଧ୍ୟ ବୃଦ୍ଧି ପାଇବ କ୍ରୀଡା ବିଶେଷେଜ୍ଞଙ୍କ ଆକଳନ ଅନୂଯାଇ ୨ ମାସରୁ ଅଧିକ ସମୟ ଧରି ମ୍ୟାଚ୍ ଚାଲିବାର ସମ୍ଭାବନା ରହିଛି ।

Related Posts

About The Author

Add Comment