ଯାଜପୁର, ୨୦/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋସôବ ତଥା ମୁଖ୍ୟ ପର୍ବୋସôବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୨୮ ତାରିଖ ମୂଳାଷ୍ଟମୀ ମା’ ବିରଜାଙ୍କ ଘଟ ନିମଜ୍ଜନ, ମହାସ୍ନାନ ଓ ଶାରଦୀୟ ପୂଜାରମ୍ଭ । ଦୈନନ୍ଦିନ ନିତ୍ୟପୂଜା ଦିବା ୧୧ ଟା ଓ ରାତ୍ର ୮ ଟାରୁ । ଅକ୍ଟୋବର ୫ ତାରିଖରେ ସିଂହଧ୍ୱଜ ରଥାଧିବାସ ରାତ୍ର ଘ. ୧୧.୨୮ ମିନିଟ୍ ପରେ । ଅକ୍ଟୋବର ୬ ତାରିଖରେ ସିଂହଧ୍ୱଜ ରଥ ପ୍ରତିଷ୍ଠା ଓ ରଥ ଚାଳନା ଅପରାହ୍ନ ଘ. ୩.୫୪ ମିନିଟ୍ ପରେ । ଅକ୍ଟୋବର ୧୦ ତାରିଖରେ ପଞ୍ଚମୀ, ମହାସ୍ନାନ ରାତ୍ର ୭.୪୮ ମିନିଟ୍ ପରେ । ରାତ୍ରରେ ଯଜ୍ଞ କାର୍ଯ୍ୟ ଆରମ୍ଭ । ଅକ୍ଟୋବର ୧୨ ତାରିଖରେ ମହାଷ୍ଟମୀ, ମହାସ୍ନାନ ରାତ୍ର ୧୨.୨୪ ମିନିଟ୍ ପରେ । ଅକ୍ଟୋବର ୧୩ ତାରିଖରେ ମହାନବମୀ, ଦେବୀ ବିରଜାଙ୍କ ରଥାବତରଣ ଓ ଲାଖବିନ୍ଧାପ୍ରାନ୍ତରକୁ ଯାତ୍ରା ରାତ୍ରି ଘ. ୧୧.୧୮ ମିନିଟ୍ ପରେ । ଅକ୍ଟୋବର ୧୪ ତାରିଖ ବିଜୟା ଦଶମୀରେ ଦେବୀଙ୍କ ଦଶମୀବିହିତ ପୂଜା ଓ ଘଟ ବିସର୍ଜନ ରାତ୍ର ଘ. ୮.୪୦ ମିନିଟ ପରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୯ ତାରିଖ କୁମାରପୂର୍ଣ୍ଣମୀ ଏବଂ ମା ବିରଜାଦେବୀଙ୍କ ଅକ୍ଷକ୍ରୀଡା ସନ୍ଧ୍ୟା ଘ. ୭.୨୪ ମିନିଟ୍ ପରେ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ପରିଚାଳକ ତଥା ଊପ-ଜିଲ୍ଳ୍ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ସହଯୋଗୀ ପୁରୋଧା ସରୋଜ କୁମାର ପତି ସୂଚନା ଦେଇଚ୍ଥନ୍ତି ।
ମା’ ବିରଜାଙ୍କ ଶାରଦୀୟ ପୂଜାସେôାବ ଚଳିତ ମାସ ୨୮ ତାରିଖରୁ ।
|
September 20, 2021 |