ସୁନ୍ଦରଗଡ, ୨୪/ ୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ଥାନା ଅନ୍ତର୍ଗତ କାଲୋବାହାଲ ଟପରିଆ ରାସ୍ତାରେ ଝୁରିମାଲ ନିକଟରେ ବୁଧବାର ରାତିରେ କେତକ ଦୁର୍ବୃତ୍ତ ରାସ୍ତାରେ ଛକି ରହି ରାସ୍ତାରେ ଆସୁଥିବା ଲୋକଙ୍କୁ ଧମକ ଚମକ ଦେବା ସହିତ ଟଙ୍କା ଲୁଟିନେବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାଇ ଝୁରିମାଲ ଗ୍ରାମର ଦୁଇଜଣ ଗରିବ ବ୍ୟକ୍ତି ବିଜୟ ଗରୁଡ଼ ଓ ଲକ୍ଷ୍ମଣ ଖରସେଲ କିଛି ଶୁଖିଲା କାଠ ବିକ୍ରି ପାଇଁ ସର୍ଗିପାଲି ଅଞ୍ଚଳକୁ ଯାଉଥିବା ବେଳେ ସେଇ ପାଞ୍ଚଜଣ ଲୁଟେରା ବନ ବିଭାଗର ପରିଚୟ ଦେଇ ପାଞ୍ଚଶହ ଟଙ୍କା ଜରିମାନା ଦାବି କରିଥିଲେ । ଉକ୍ତ ଦୁଇ ଜଣ ଟଙ୍କା ନ ଥିବା କହିବାରୁ ତାଙ୍କୁ ମାଡ଼ମାରି ତାଙ୍କ ପାଖରେ ଥିବା ପ୍ରାୟ ବାଇଶି ସହ ଟଙ୍କା ଲୁଟି ନେଇ ଥିଲେ । ଏହି କ୍ରସମରେ ସମ୍ପୃକ୍ତ ବ୍ୟକ୍ତି ବିଜୟ ଥାନାରେ ଅଭିଯୋଗ କଲାପରେ ସର୍ଗିପାଲି ଫାଣ୍ଡି ଇଂଚାର୍ଜ କାଶୀନାଥ ବାରିକ ପେଟ୍ରୋଲିଂ କରୁଥିବା ସମୟରେ ଲୁଟେରାଙ୍କୁ କାବୁ କରିଥିବା ଜଣାପଡ଼ିଛି ।
ଝୁରିମାଲ ଅଞ୍ଚଳରୁ ପାଞ୍ଚଜଣ ଲୁଟେରା ଗିରଫ
|
July 24, 2021 |
![](https://sandhannews.com/wp-content/uploads/2021/07/IMG_20210724_184615.jpg)