ସୁନ୍ଦରଗଡ, ୨୧/୭/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ସମ୍ମୁଖରେ ରହୁଥିବା ଡ଼କ୍ଟର ଆକାଶ ଅଗ୍ରୱାଲଙ୍କ ଘରୁ କବାଟ ଭାଙ୍ଗିବା ସହିତ ଲକରକୁ ଭାଙ୍ଗି ପାଞ୍ଚ ଲକ୍ଷ୍ୟ ଟଙ୍କା ଲୋଟି ନେଇଛନ୍ତି । ଶ୍ରୀଯୁକ୍ତ ଅଗ୍ରୱାଲ ଡାକ୍ତରଖାନାରେ କାର୍ଯ୍ୟରତ ସମୟରେ କିଛି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ । ଶ୍ରୀଯୁକ୍ତ ଅଗ୍ରୱାଲ କାର୍ଯ୍ୟରତ ଥିବା ବେଳେ ଘର ଭାଙ୍ଗିବା ସହିତ ଲକର ଭାଙ୍ଗି ଏହି କର୍ମ କରିଥିବା ସୂଚନା ମିଲିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତାର ଯାଞ୍ଚ କାର୍ଯ୍ୟ ଚଳାଇଛି ।