କଳାକନା ବୁଲାଇଲେ ଦୃବୁର୍ତ୍ତ ବନ୍ଧଡିହ ଗ୍ରାମରେ

Spread the love

ଯାଜପୁର, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ଗ୍ରାମରେ ଦୃବୁର୍ତ୍ତମାନେ ବିଜୟାନନ୍ଦ ମହାନ୍ତିଙ୍କ ଘରେ ପଶି ୬ଜଣ ଡକାୟତ ମୁହଁରେ କଳାକନା ବାନ୍ଧି ବିଜୟାନନ୍ଦ ମହାନ୍ତିଙ୍କ ଘରୁ ଲକ୍ଷ୍ୟାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୮ହଜାର ଟଙ୍କା ଲୁହା ଆଲିମିରା ରେ ଥିବା ୩୦ ଗ୍ରାମ ସୁନା ଅଳଙ୍କାର ସହିତ ଏବଂ ଘରେ ଥିବା କଂସାବାସନ ଲୁଟି ନେଇ ଚମ୍ପଟ ମାରିବା ଘଟଣା ଏଅଞ୍ଚଳରେ ଚହଳ ପକାଇଚି । ଘରମାଲିକ ବିଜୟାନନ୍ଦ ମହାନ୍ତି ଚୋରୀ ଘଟଣା ସମ୍ପର୍କରେ ବ୍ରହ୍ମବରଦା ଫାଣ୍ଡିରେ ଏତାଲ କାରିବାରୁ ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଶ୍ରୀ ମହାନ୍ତିଙ୍କ ଘରେ ପହଁଞ୍ଚô ତଦନ୍ତ କରି ଫେରିଯାଇଥିବା ଜଣାଯାଇଚି । ରିପୋର୍ଟ ଲେଖାହେବାବେଳକୁ ଚୋରି ଯାଇଥିବା ଅଳଙ୍କାର ନଗଦ ଟଙ୍କା ବାସନ କୁସନ ମିଳିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଜୟାନନ୍ଦ ତାଙ୍କ ବଡ଼ଭାଈଙ୍କ ଘର ପାଖାପାଖି ହୋଇଥିବା ବେଳେ, ବିଜୟାନନ୍ଦ ତାଙ୍କ ଘରେ ଶୋଇଥିବା ସମୟରେ ଦୃବୁର୍ତ୍ତମାନେ ତାଲା ଭାଙ୍ଗି ଘରଭିତରକୁ ପଶିଥିଲେ । ଘରେ ଥିବା ନଗଦ ଟଙ୍କା ସୁନା ଅଳଙ୍କାର ବାସନକୁସନ ନେଇ ଚମ୍ପଟ ମାରିଥିଲେ । ଆମପ୍ରତିନିଧି ବିଜୟାନନ୍ଦ ମହାନ୍ତୀଙ୍କୁ ପଚାରିବାରୁ ଲୁଟ୍ କରି ନେଇ ପଳାଇଯାଉଥିବା ବେଳେ ଆମେ ତାଙ୍କୁ ପ୍ରତିରୋଧ କରିବାରୁ ସେମାନେ ଆମକୁ ଟେକା ମାଡ଼ କରିବା ସହିତ ଚମ୍ପଟ୍ ମାରିଥିଲେ ।

Related Posts

About The Author

Add Comment