ବଡଚଣା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଡ୍ରେସିଂ ଗୃହ ସଂପ୍ରସାରଣ ହେଉନି       

Spread the love
ରୋଗୀ ସେବା ଓ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଶୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ଡ୍ରେସିଂ ଗୃହ ସଂପ୍ରସାରଣ ର ଆବଶ୍ୟକତା ପଡୁଛି। ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଡଚଣା ବ୍ଲକ ସହ ଧର୍ମଶାଳା,ମାହାଙ୍ଗା, ଗଁଦିଆ ଆଦି ବ୍ଲକର ଜନସାଧାରଣ ନିର୍ଭରଶୀଳ। ଏଠାରେ ମୂଖ୍ଯତଃ ୧୬ନଂ,୫୩ନଂ ଓ ୫(କ) ଜାତୀୟ ରାଜପଥରେ ଦୂର୍ଘଟଣା ଘଟୁଥିବା ରୋଗୀମାନେ ଆସୁଥାନ୍ତି ।ତିନୋଟିଯାକ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୂର୍ଘଟଣାମାନ ଘଟି ପ୍ରାଥମିକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରଟି ଦିର୍ଘ ଦିନ ହେବ ସେହି ପୁରୁଣାକାଳିଆ ଛୋଟ କୋଠରୀରେ ରୋଗୀମାନଙ୍କ ସେବା କରାଯାଉଛି। ସେହି ଗୃହରେ ଉନ୍ନତ ମାନର ବେଡ,ଚିକିତ୍ସା ଯନ୍ତ୍ରାଂଶ, ଆଲୋକୀକରଣ ସହ ସିତତାପ ନିୟନ୍ତ୍ରଣ ବ୍ୟବସ୍ଥାର ଆବଶ୍ୟକତା ରହିଥିଲେ ବି ସେଥିପ୍ରତି ଗୁରୁତ୍ୱ ଦିଆଯାଉ ନାହି। ଯାହା ଫଳରେ ଏକାଧିକ ଦୂର୍ଘଟଣା ଗ୍ରସ୍ତ ରୋଗୀ ସହ ଅନ୍ଯ ରୋଗୀମାନଙ୍କୁ ଉନ୍ନତ ମାନର ଚିକିତ୍ସା ପାଇ ପାରୁନାହାନ୍ତି  ।ଏପରି ସ୍ଥଳେ ଚିକିତ୍ସା ପାଇ ନପାରି ଅନେକ ମୃମୃଶ ଅବସ୍ଥାରେ କଟକ ଯିବା ସମୟରେ ମରଣ ମୂଖରେ ପଡୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ର ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment