ସୁନ୍ଦରଗଡ ତା:୨/୭/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ଦିନ ୧୧ଟା ବେଳେ ବିଜୁଏକ୍ସ୍ ପ୍ରେସ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଚାଳକ ଗୁରୁତର ଆହତ ହିଇଥିବା ବେଳେ ୧୦୮ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ ଚିକିଷାଲୟକୁ ପଠାଯାଇଛି । ଆଜି ଦିନ ୧୧ଟା ନେଲେ ଓଡ଼ି୧୬ବି ୯୧୬୪ କୋଇଲା ବୋଝେଇ ଟ୍ରକ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ସବଡେଗା ବ୍ଲକ ସଦର ଥାନା ଅନ୍ତର୍ଗତ ରସରାଜପୁର ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସମୟ ଅନୁଯାଇ ସ୍ଥାନୀୟ ଲୋକେ ସଦର ପୋଲିସଙ୍କୁ ଫୋନ ଯୋଗେ ଅବଗତ କରିଥିଲେ ହେଲେ ସଦର ପୋଲିସ ପହଂଚିବାରେ ବିଳମ୍ବ ହେବାରୁ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲେନ୍ସ ଯୋଗେ ସୁନ୍ଦରଗଡ ଡାକ୍ତରଖାନାକୁ ପଠାଇଦେଇଥିଲେ ।
ରସରାଜପୁର ମୁଖ୍ୟ ରାସ୍ତାରେ କୋଇଲା ବୋଝେଇ ଟ୍ରକ ଓଲଟିଲା, ଚାଳକ ଗୁରୁତର
|
July 2, 2021 |



