ଜେନାପୁର/୦୧/୦୭/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଜୁଲାଇ ୧ କୁ ବିଶ୍ୱ ଡାକ୍ତର ଦିବସ ଭାବରେ ପାଳନ କରାଯାଏ। ଡାକ୍ତର ଙ୍କ ତ୍ୟାଗ ଓ ଜ୍ଞାନ କୁ ସମ୍ମାନ ଦିଆଯାଇ ଶୁଭେଚ୍ଛା ଜଣାଯାଇଥାଏ। ଡାକ୍ତର ହେଉଛନ୍ତି ଏ ଯୁଗର ଦ୍ୱିତୀୟ ଭଗବାନ ଯେତେବେଳେ ମହାମାରୀ ଚାଲୁଥିବା ବେଳେ ସବୁ ମନ୍ଦିର ତାଲା ବନ୍ଦ ହୋଇଛି ଆଉ ଭଗବାନ ମନ୍ଦିର ଭିତରେ ହିଁ ରହିଛନ୍ତି ଆଉ ଠିକ ସେତିକିବେଳେ ଡାକ୍ତର ରୂପରେ ଯେଉଁ ଦ୍ୱିତୀୟ ଭଗବାନ ତାଙ୍କର ପହଡ଼ ପଡିନଥିଲା ସେ ତାଙ୍କ ମନ୍ଦିର ମେଡ଼ିକାଲରେ ରହି ରୋଗୀଙ୍କ ସେବା କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଭଲ ଡାକ୍ତର ହୋଇ ଲୋକଙ୍କ ହୃଦୟ ରେ ସ୍ଥାନ ପାଇବା ହେଉଛି ପ୍ରକୃତରେ ଜଣେ ଡାକ୍ତର ଙ୍କ ଅସଲି ଦକ୍ଷତା। ଆଉ ଏଭଳି ଜଣେ ଡାକ୍ତର ସେ ହେଲେ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ଆରୋଗ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ସେ ହେଉଛନ୍ତି ଜଣେ ଦେଵତୁଲ୍ୟ ଡାକ୍ତର। ମିଠା ମିଠା କଥା ରେ ରୋଗୀ ଙ୍କ ମନ କିଣନ୍ତି। ତାଙ୍କର ସେ କେଇପଦ କଥାରେ ଯେପରି ରୋଗୀର ରୋଗ ଅଧା କମିଯାଇଥାଏ ।ଆଜି ଏପରି ଏକ ପବିତ୍ର ଦିନରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଡାକ୍ତର କର ଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ବାର୍ତା ଦିଆଯାଇଥିଲା।
ପ୍ରଥମେ ପଥ ପ୍ରାନ୍ତ ସଭାରେ ପ୍ରେରଣା ଦାୟୀ ସଙ୍ଗୀତ ଗାନ କରାଯାଇଥିଲା ପରେ ଡାକ୍ତର କରଙ୍କୁ ଗଜରା ହାର ପିନ୍ଧାଇ, ମୁଣ୍ଡରେ ମୁକୁଟ ପିନ୍ଧାଇ ପ୍ରଭୁ ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ପ୍ରଦାନ କରାଯାଇ ଥିଲା ଆଉ ତାଙ୍କର ଦୀର୍ଘ ମୟ ଜୀବନ କାମନା କରିବା ସହ ଜନ୍ମ ଦେଇଥିବା ପିତା ମାତାଙ୍କୁ ପ୍ରଣାମ କରିବା ସହ ଧନ୍ୟବାଦ ଦେଇଥିଲେ ।ଏଥିରେ ସଚେତନ ନାଗରିକ ମଞ୍ଚର ସମସ୍ତ ସଭ୍ୟ ମାନେ ଯୋଗ ଦେବା ସହ ମେଡିକାଲର ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ସଚେତନ ନାଗରିକ ମଂଚ ର ଏପରି କାର୍ଯ୍ୟ ତାଙ୍କ ପ୍ରେରଣା ଦେବ ବୋଲି ଶ୍ରୀ କର କହିଥିଲେ।