ଯାଜପୁର ସଦର,୨୦ା୦୬(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ କରୋନାରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରଜାଶ ଯେ, ବନ୍ଧଡିହ ପଂଚାୟତର ବନ୍ଧଡିହ ଗ୍ରାମର ଜଣେ ବଙ୍ଗିୟ ଲୋକ ରାଧାବଲ୍ଲଭ ସେନ୍ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ କୁଆଖିଆ କୋଭିଡ଼ ହସ୍ପିଟାଲକୁ ଚିକିତ୍ସାପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବଳେ, ତାଙ୍କର ମୃତ୍ୟୁ ଘଟିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବନ୍ଧଡିହ ପଂଚାୟତ ସରପଞ୍ଚ ଅମଲତା ଜେନାଙ୍କୁ ଆମପ୍ରତିନିଧି ବନ୍ଧଡିହରେ କରୋନା ଆତଙ୍କରେ ରହିଥିବା ବେଳେ ଏନେଇ ଆମ ପ୍ରତିନିଧି ପଚାରିବାରୁ ରାଜ୍ୟସରକାର ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା ବେଳେ, ବନ୍ଧଡିହ ପଂଚାୟତକୁ ସଟ୍ଡାଉନ କରିବାପାଇଁ କରିବାପାଇଁ ଶ୍ରୀମତୀ ଜେନାଙ୍କୁ ସୂଚନା ଦେଇଥିଲେ । ଏହି ପଂଚାୟତରେ ୧୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ, ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଚି । ତେଣୁ ଏପଂଚାୟତକୁ ଯାଜପୁର ଜିଲ୍ଲାପାଳ ସଂଜୟସିଂ ରୋଠୋର ଏବଂ ରସୁଲପୁର ତହସିଲଦାର ଏବଂ ବିଡ଼ିଓ ସଟ୍ଡାଉନ କରିବାପାଇଁ ଗ୍ରାମବାସୀ ମନାଙ୍କ ପକ୍ଷରୁ ଦାବି କରାଯାଇଚି । ବନ୍ଧଡିହ ହାଟକୁ ବିଭିନ୍ନ ଗ୍ରାମରୁ ଲୋକମାନେ ଆସୁଥିବାରୁ ଅନ୍ୟ ପଂଚାୟତ ମାନଙ୍କରେ କୋଭିଡ ହୋଇଥିବାରୁ ସକ୍ରମଣ ହୋଇଥିବା ଅନୁମାନ କରାଯାଉଚି । ଏହି ପଂଚାୟତକୁ ବାହାରୁ ବ୍ୟବସାୟ କରିବା ପାଇଁ ଲୋକମାନେ ଆସୁଥିବାରୁ ସେମାନେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି କି ନା ତାହ ସ୍ପଷ୍ଟ ଜଣା ପଡ଼ୁନଥିବା ବେଳେ, ସେହି ବ୍ୟବସାୟିମାନେ ଏହି ପଂଚାୟତକୁ ନଆସିବାପାଇଁ ସାଧାରଣରେ ଦାବି କରାଯାଉଚି ।
ବନ୍ଧଡିହ ପଂଚାୟତରେ କରୋନାରେ ଲୋକେ ଆତଙ୍କିତ
|
June 21, 2021 |