ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ – ସଚିନ ତେନ୍ଦୁଲକର

Spread the love

ନୂଆ ଦିଲ୍ଲୀ ୨୦-୬ (ସନ୍ଧାନ୍ ନ୍ୟୁଜ୍)-: କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ମନୋନୀତ କରାଯାଇଛି। ଏହି ପ୍ରସଙ୍ଗରେ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କଠାରୁ ସଚିନଙ୍କୁ କଡ଼ା ପ୍ରତିଯୋଗିତା ମିଳିଥିଲା। ଉଭୟ ଖେଳାଳିଙ୍କ ସମାନ ପଏଣ୍ଟ ଥିଲା, କିନ୍ତୁ ଅଧିକ ଜୁରି ସଦସ୍ୟ ତାଲିକାରେ ଥିବାରୁ ସଚିନ ବିଜେତା ହୋଇଥିଲେ। ଆଇଜି ବଲ୍‌ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍‌ର ଦ୍ୱିତୀୟ ଦିନ ଶନିବାର ଦିନ ଟି’ ସମୟରେ ଏହି ଘୋଷଣା କରାଯାଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଟେଷ୍ଟ କ୍ରିକେଟରେ ଐତିହାସିକ ମୁହୂର୍ତ୍ତକୁ ପାଳନ କରିବା ପାଇଁ ଭାରତର ଅଗ୍ରଣୀ କ୍ରୀଡ଼ା ପ୍ରସାରଣକାରୀ ଷ୍ଟାର ସ୍ପୋର୍ଟସ୍ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ।

ଏହି ପଦକ୍ଷେପ ପଛରେ ଷ୍ଟାର ସ୍ପୋର୍ଟସର ଉଦ୍ଦେଶ୍ୟ ଥିଲା ଭେଟେରାନ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ, ପ୍ରସାରଣକାରୀ, ପରିସଂଖ୍ୟାନ, ବିଶ୍ଳେଷକ, ଆଙ୍କର୍ ପର୍ଯ୍ୟନ୍ତ ସମଗ୍ର କ୍ରିକେଟ୍ ସମ୍ପ୍ରଦାୟକୁ ଏକାଠି କରିବା। ଷ୍ଟାର୍ ସ୍ପୋର୍ଟସ୍ ଚାରୋଟି ଶ୍ରେଣୀରୁ ବ୍ୟାଟ୍ସମ୍ୟାନ୍, ବୋଲର, ଅଲରାଉଣ୍ଡର ଏବଂ କ୍ୟାପଟେନରୁ ଜଣେ ମହାନ ଖେଳାଳି ବାଛିବ। ଏଥିପାଇଁ ବ୍ୟାଟ୍ସମ୍ୟାନ୍ ବର୍ଗରେ ସଚିନ୍ ତେନ୍ଦୁଲକର, ଷ୍ଟିଭେନ୍ ସ୍ମିଥ୍, କୁମାର ସାଙ୍ଗାକାରା, ଜ୍ୟାକ୍ କାଲିସ୍, ବୋଲର ମାନଙ୍କ ମଧ୍ୟରେ ମୁଥେୟା ମୁରଲୀଧରନ୍, ଶେନ୍ ୱାର୍ନ, ଡେଲ ଷ୍ଟେନ, ଗ୍ଲେନ ମ୍ୟାକଗ୍ରାଥ, ଅଲରାଉଣ୍ଡର ବର୍ଗରେ ଜ୍ୟାକ କଲିସ, ବେନ ଷ୍ଟୋକ୍ସ, ଆଣ୍ଡ୍ରିୟୁ ଫ୍ଲିଣ୍ଟଫ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଅଧିନାୟକ ବର୍ଗରେ ଷ୍ଟିଭ୍ ୱଗ୍, ଗ୍ରାମ୍ ସ୍ମିଥ୍, ରିକି ପଏଣ୍ଟିଂ ଏବଂ ବିରାଟ କୋହଲିଙ୍କୁ ମନୋନୀତ କରାଯାଇଛି।

Related Posts

About The Author

Add Comment