କଟକ ସଦର କନ୍ଦରପୁରରେ ମହକିଲେ ଶିଶୁ ପ୍ରତିଭା କୁମାରୀ ଦେବସ୍ମିତା ପରିଡ଼ା ବିଭିନ୍ନ ମହଲରୁ ଭୂୟସୀ ପ୍ରସଂଶା

Spread the love
କଟକ, ୧୬/୦୬/୨୧(ସନ୍ଧାନ ନ୍ୟୁଜ) : କଟକ ସଦର ବ୍ଲକ କନ୍ଦରପୁର ପଂଚୟତର ବମ୍ବୁରୀ ଗ୍ରାମର ପିତା ସମାଜସେବୀ ଦୁର୍ଗା ପ୍ରସାଦ ପରିଡା ଓ ମାତା ଶ୍ରଦ୍ଧାଞ୍ଜଳୀ ପରିଡାଙ୍କ ସୁକନ୍ୟା କୁମାରୀ ଦେବସ୍ମିତା ପରିଡା କରୋନା ମହାମାରୀ ସମୟରେ ନିଜର ସ୍ୱଳ୍ପସଂଚିତ ଅର୍ଥରାଶିକୁ ବିଭିନ୍ନ ସଂଗଠନ ଦ୍ଵାରା ଅନୁଷ୍ଠିତ ହେଉଥିବା ସେଵାକାର୍ଯ୍ୟ ନିମନ୍ତେ ପ୍ରଦାନ କରିଛନ୍ତି ଯାହାକି ଖୁବ ଗୌରବର ପରିଭାଷା ଏଥିସହ ଛୋଟ ବୟସରୁ ସମାଜସେବା ପ୍ରତି ଆଗ୍ରହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ସୂଚନାଯୋଗ୍ୟ ଏହି ଛଅ ବର୍ଷର ଶିଶୁ ପ୍ରତିଭା ଦେବସ୍ମିତା ସରସ୍ୱତ ସଙ୍ଗୀତ ବିଦ୍ୟାଳୟ କନ୍ଦରପୁରେ ଓଡିଶୀନୃତ୍ୟ ଶିକ୍ଷା କରିବାସହ ଅଧୁନା ଗଣପତି ଶିଶୁ ମନ୍ଦିର ବମ୍ବୁରୀରେ ବିଦ୍ୟାଶିକ୍ଷା କରୁଛନ୍ତି । ଓଡ଼ିଶୀ ନୃତ୍ୟ ଏବଂ ସମାଜସେବାରେ ଅନନ୍ୟ ସ୍ୱୀକୃତି ସ୍ୱରୂପ ବହୁ ସଂଗଠନ ପକ୍ଷରୁ ସେ ପୁରସ୍କୃତ ଆଉ ସମ୍ବର୍ଦ୍ଧିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣି ପାରିଛନ୍ତି ଏବଂ ବୁଦ୍ଧିଜୀବୀ ମହଲ ତଥା ବିଭିନ୍ନ  ସଂଗଠନ ଯଥା ସରସ୍ୱତୀ କଳା ପରିଷଦ-କନ୍ଦରପୁର,ଛୋଟିସି ଆଶା ପରିବାର ଭୁବନେଶ୍ୱର,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା(ବିସିଟି),ଉତ୍କଳ ବିକାଶ ପରିଷଦ-କଟକ ସଦର,ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ-ବୟାଳିଶମୌଜା ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବାସହ ତାଙ୍କର ଉତ୍ତରୋତ୍ତର କାମନା କରାଯାଇଛି ।

Related Posts

About The Author

Add Comment