ସୁନ୍ଦରଗଡ, ୧୫/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) : ଗତ ତିନିଦିନ ପୂର୍ବରୁ ରାଉରକେଲା ରେ କେତେକ ଔଷଧ ଦୋକାନ ମାନଙ୍କରେ ନକଲି ଔଷଧ ଜବତ ହୋଇଥିବା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଶିଷ୍ଟ ସମାଜ ସେବୀ ସନ୍ତୁନୁ କୁସୁମ । ତା ସହିତ ଜିଲ୍ଲାରେ ଥିବା ଔଷଧ ରାକେଟର ପ୍ରଦଫାସ ଓ ପ୍ରତେକ ଔଷଧ ଦୋକାନକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରିବା କୁ ଦାବି କରିଛନ୍ତି । ଉପାନ୍ତ ଅଞ୍ଚଳରେ ଏହାର ପ୍ରାଦୁର୍ଭାବ ବାଡିବାରେ ଲାଗିଥିବାରୁ ଏହାକୁ ରୋକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି । ଏହି ପରିପେକ୍ଷିରେ ଆଜି ଶ୍ରୀଯୁକ୍ତ କୁସୁମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଏହି ନ୍କସଲି ଔଷଧ ରୁ ଜନସାଧରଣର କିପରି ଭାବରେ ଭୟଭୀତ ଅଛନ୍ତି ତାହା ବିଷୟରେ ଅବଗତ କରାଇଥିଲେ । ନକଲି ଔଷଧ କିଓଆରୀ ଭାବରଲୋକଞ୍ଜ ଜୀବନ ନେବାର ଆଶଙ୍କା ରହୁଛି ସେ ବିଦାୟରେ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ପରିପେକ୍ଷିରେ ଶ୍ରୀଯୁକ୍ତ କୁସୁମ ଏକ ସ୍ମାରକ ପତ୍ର ପ୍ରଦାନକାରୀ କରୋନା ମହାମାରୀ ସମୟରେ ଏହି ପ୍ରକାର କାଣ୍ଡରେ ଜନସାଧରଣର ଅନିୟନ୍ତ୍ରିତ ଭାବରେ ପ୍ରଭାବିତ ହେବାର ଆଶଙ୍କା କରାଯିବାର ସୂଚନା ଦେଇଛନ୍ତି । ଜିଲ୍ଲାର ପ୍ରତେକ ଔଷଧ ଦୋକାନକୁ ଯାଞ୍ଚ କରିବାକୁ ଶ୍ରୀଯୁକ୍ତ କୁସୁମ ଦାବି କରିଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏଥିରେ ବିଶେଷ କାର୍ଯନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି ।
ଜିଲ୍ଲାରେ ନକଲି ଔଷଧର କାରବାର
|
June 15, 2021 |



