କାଳବୈଶାଖୀର ତାଣ୍ଡବ: ବଜ୍ରାଘାତରେ ୬ ଗାଈ ଗୋରୁ ମୃତ୍ୟୁ

Spread the love

ବାଲିଗୁଡା,୧୦/୬(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ।ଏ ନେଇ  ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତରେ ବଜ୍ରାଘାତରେ ୬ ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ  ବୁଧବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବାଲିଗୁଡ଼ା ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ପବନ ବର୍ଷା ହୋଇଥିଲା । ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ନିକଟରେ ଚରୁଥିବା କିଛି ଗାଇ ଗୋରୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗଛମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ସେଠାରେ ୬ଟି ଗୋରୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗାଇ ଗୋରୁ ପାଳନ କରୁଥିବା ଲୋକଙ୍କୁ  ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି l 

2 Attachments

Related Posts

About The Author

Add Comment