ସବଡେଗା ବ୍ଲକ ଶିକ୍ଷା ଅଧିକାରୀଙ୍କ ମୃତ୍ୟୁ

Spread the love

ସବଡେଗା, ୨୧/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ମହାମାରୀ ତାର ଭୟାବହତା ଜାରି ରଖିଥିବା ବେଳେ ଆଜି  ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକର ଶିକ୍ଷା ଅଧିକାରୀଙ୍କ କରୋନା ରେ ମୃତ୍ୟୁ ଘଟିଛି । ଜିଲ୍ଲା ଶିକ୍ଷା ବିଭାଗର ଅପୁରାଣୀୟ କ୍ଷତି ଘଟିଥିବାର ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଶ୍ରୀଯୁକ୍ତ ଅଜୟ କୁମାର ଏକ୍କା(୩୫ ବର୍ଷ )  ଗତ କିଛି ଦିନଧରି ସେ ଦେହ ଅସୁସ୍ଥ ହେବାରୁ ଘରେ ସଂଘରୋଧରେ ରହୁଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସୁନ୍ଦରଗଡର ଏନଟିପିସି କୋବିଡ଼ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ମୃତ୍ୟୁ ଘଟିଛି । ଏହି ସୂଚନା ପ୍ରଚାରିତ ହେବାପରେ ବ୍ଲକ ସହିତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲା ଶିକ୍ଷା ବିଭାଗର ପରିବାରରେ ହଠାତ ଚଡକ ପଡିବା ବୋଲି ହୋଇଛି । ଶ୍ରୀଯୁକ୍ତ ଅଜୟ ଜଣେ ଦୂରଦୃଷ୍ଟି ଅଧିକାରୀ,ଅତ୍ୟନ୍ତ ମିଳାମିଶା କରିବା ସହିତ ଅତ୍ୟନ୍ତ ସାଧସଧା ଭାବେ ସମ୍ପୂର୍ଣ ଜିଲ୍ଲାରେ ପରିଚିତ ଥିଲେ   ତାଙ୍କ ବିୟୋଗରେ ଅଭିବାବକ ମହଲରେ ଶୋକର ଚୟ ଖେଳି ଯାଇଛି । ବ୍ଲକ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରୁଆ ସହିତ ବ୍ଲକର ସମସ୍ତ ସଭ୍ୟଙ୍କ ତରଫରୁ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦିଆଯାଇଛି ।

Related Posts

About The Author

Add Comment