ନିଜ ଘରକୁ ଭୁଲି ସମାଜକୁ ପରିବାର ବୋଲି ମାନିନେଇଛନ୍ତି ସମାଜସେବୀ ବିଭୂତି ସାହୁ

Spread the love
ତାଳଚେର, 21/05 (ସନ୍ଧାନ ନିଉଜ) ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡା ପଞ୍ଚାୟତ ର  ଜଣାଶୁଣା ସମାଜସେବୀ  ବିଭୂତି ସାହୁ ଏବେ ଦୁଃଖୀ, ଦରିଦ୍ରଙ୍କ ବନ୍ଧୁ ପାଲଟିଛନ୍ତି। ଶ୍ରୀ ସାହୁ ଗତ ବର୍ଷ ଠାରୁ କରୋନା ମହାମାରୀ ସମୟରେ ଖାଦ୍ୟ ଯୋଗାଇବା ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି। ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ, ଏଡିଏମ୍ , ଆରଟିଓ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ସମ୍ମୁଖରେ ପାଞ୍ଚୋଟି ଅକ୍ସିଜେନ ପ୍ରଦାନ କରିଛନ୍ତି। ଏହି ମାନବିକତା ପାଇଁ ଏବେ ଜିଲ୍ଲା ର ସେ ପ୍ରଶଂସା ର ପାତ୍ର ପାଲଟିଛନ୍ତି ବିଭୂତି। ତାଳଚେର ରେଡ଼କ୍ରସ ଓ କୋଭିଡ କେୟାର ସେଣ୍ଟରକୁ ଅକ୍ସିଜେନ ସିଲିଣ୍ଡର ଦାନ କରିଛନ୍ତି। ବର୍ତ୍ତମାନ କରୋନା ମହାମାରୀର ୨ୟ ଲହର ଚାଲିଥିବା ସମୟରେ ଚାରିଆଡ଼େ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି l ଏହାକୁ ଦୃଷ୍ଟିରେ ରଖି ତାଳଚେରର ବିଶିଷ୍ଟ ସମାଜସେବୀ ବିଭୁତି ସାହୁ ତାଳଚେର ଅତିରିକ୍ତ ଜିଲ୍ଲାପାଳ ଏବଂ ତାଳଚେର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ତାଳଚେର ସବ ଡିଭିଜନାଲ ରେଡକ୍ରସକୁ ୩ଟି ଏବଂ ତାଳଚେର ଆଦର୍ଶ କୋଭିଡ କେୟାର ସେଣ୍ଟରକୁ ୨ଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିଛନ୍ତି । ଏହି ଅକ୍ସିଜେନ ସିଲିଣ୍ଡର ଗୁରୁତର ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି l ଶ୍ରୀ ସାହୁ ଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରୁବହୁ ବୁଦ୍ଧିଜୀବୀ ,ସମାଜସେବୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
ସସ୍ମିତା ମିଶ୍ର ଙ୍କ ରିପୋର୍ଟ

Related Posts

About The Author

Add Comment