ରାଉରକେଲା, ୧୯/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସବଡେଗା ବ୍ଲକ ଅନ୍ତର୍ଗତ ଯାଇସର ପଞ୍ଚାୟତର ରାଶିପତ୍ରା ଗ୍ରାମରେ ଆଣ୍ଟିଜେନ ରାପିଡି ଟେଷ୍ଟ ହୋଇଥିଲା ।ଏଥିରେ ୪୫ ଜଣ ମହିଳା ପୁରୁଷ ପରୀକ୍ଷଣ କରାଇଥିଲେ ।ସେଥିମଧ୍ୟରୁ ୬ ଜଣଙ୍କ ପୋଜିଟିଭ କେଶ ସାମ୍ନାକୁ ଆସିଥିଲା ଅଞ୍ଚଳର ପୀଡିତ ଲୋକଙ୍କୁ ଔଷଧ ବଣ୍ଟନ କରିବା ସହିତ ସଂଘରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ସବଡେଗା ବ୍ଲକରେ କୋଭିଡର ସ୍ଥିତି ଅନେକାଂଶରେ କମି ଆସୁଥିବା ବେଳେ ଗତକାଲି ରାଉରକେଲା ଜେପି ଚିକିତ୍ସାଳୟକରୁ ଭଣ୍ଡାରିସଂକ୍ରାର ଜଣେ ମହିଳା ଓ ରାଶିପତ୍ରା ଗ୍ରାମର ଜଣେ ପୁରୁଷ କୋବିଡ଼ରେ ମୃତ୍ୟୁ ଘଟିବାର ସୂଚନା ମିଳିଛି । ଚଳିତ ମାସ କେବଳ ରାଶିପତ୍ରା ଗ୍ରାମରେ କେବଳ ତିନି ଜଣଙ୍କ କୋବିଡ଼ରେ ମୂତ୍ୟୁ ଘଟିଛି । ଏହି ଗ୍ରାମରେ ଘରକୁ ଘର କୋବିଡ଼ ଟେଷ୍ଟ କରାଯିବା ସହ ଔଷଧ ପ୍ରଦାନ କରିବାକୁ ତଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଡକ୍ଟର ପ୍ରଫୁଲ ମାଝି ଦାବି କରିଛନ୍ତି ।
ଯାଇସର ପଞ୍ଚାୟତର ରାଶିପତ୍ରା ଗ୍ରାମରେ ୪୫ ଜଣ ଆଣ୍ଟିଜେନ ଟେଷ୍ଟରେ ୬ଜଣ ପୋଜିଟିଭ ଚିହ୍ନଟ
|
May 19, 2021 |