ଭଦ୍ରକ ରେ ତିହିଡି  ଆଗୁଆ

Spread the love
ଚାନ୍ଦବାଲି, ୧୮/୫/୨୦୨୧ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍ ) ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ କରୋନା କାୟା ବିସ୍ତାର କରିବାରେ ସଫଳ ହେବାରେ ଲାଗିଛି। ତିହିଡି ବର୍ତ୍ତମାନ କୋରନା ର କେନ୍ଦ୍ରସ୍ଥ ଳୀ ପାଲଟି ବାରେ ଲାଗିଛି। କିନ୍ତୁ ତିହିଡି ପୋଲିସ ପ୍ରଶାସନ କେବଳ ଫାଇନ ଆଦାୟ ରେ ବ୍ୟସ୍ତ ରହୁଥିବା ବେଳେ ବଜାର ରେ ଥିବା ରାସନ୍ ଦୋକାନ ଠାରୁ ଆରମ୍ଭ କରି ଫଳ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଜମୁଥିବ ବେଳେ ପୋଲିସ ନଜର ରେ ଏହା ଅଦୃଶ୍ୟ। ତିହିଡି ପୋଲିସ୍ କେବଳ ଥାନା ସାମ୍ନାରେ ରହି ସକାଳୁ ଫାଇନ କରିବାରେ ବ୍ୟସ୍ତ। ସରକାର ଙ୍କ ର  କୋଭିଡ୍ କଟକଣା ସତ୍ୱେ ତିହିଡି ଗ୍ରାମାଞ୍ଚଳ ମାନଙ୍କରେ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି  ଅନାନ୍ୟ ଦୋକାନ ମାନେ ସମାନ ବିକି ବାରେ ବ୍ୟସ୍ତ । କୁମ୍ଭୀର ନେଇ ମଝି ନଦୀ ରେ କଲାଣି କିନ୍ତୁ ତିହିଡି ବାସି ଙ୍କ ପାଇଁ ଏକଥା ଅଛପା ପରି ଲାଗୁଛି। ଆହୁରି କେତେକ ଅମାନିଆ ଙ୍କ କଥା କହିଲେ ନସରେ। ପିନ୍ଧା ଲୁଙ୍ଗି ପରି ଉପର ଭିଡ଼ି ତଳ ପୁରା ଖୋଲା ପରି ତିହିଡି ବଜାର ରେ କୋଭିଡ୍ ନିୟମ ପାଳନ ହେଉଛି। କିନ୍ତୁ ସ୍ଥାନୀୟ ପ୍ରଶାସନ ନା ପୋଲିସ୍ ଅଧିକାରୀ ମାନେ ଏହାର ଠିକ୍ ଭାବେ ତଦାରଖ କରୁଛନ୍ତି। ଯଦି ଆସନ୍ତା ଭବିଷ୍ୟତ ରେ ଏହି ପରି ନିୟମ ପାଳନ ହେବ ଏହାର ପରିଣାମ କେବଳ ତିହିଡି ବାସି ଙ୍କୁ ଭୋଗିବାକୁ ପଡ଼ିବ ବୋଲି କେତେକ ଆଇନ ଯିବି ମତ ରଖିଛନ୍ତି।

Related Posts

About The Author

Add Comment